ପର୍ଦ୍ଦାଟିଏ ମୋତେ ଟାଣିବାକୁ ଦିଅ
ପର୍ଦ୍ଦାଟିଏ ମୋତେ ଟାଣିବାକୁ ଦିଅ
ପର୍ଦ୍ଦାଟିଏ ମୋତେ
ମୋ ଝରକାରେ ଟାଣିବାକୁ ଦିଅ ||
କିଛି ତ ମିଛ
ଦୁନିଆଁ ଆଉ ମୋ ଭିତରେ
ରହିବାକୁ ଦିଅ,
ତୁମେ ଦେଖିବାକୁ ଚାହଁ
ଯଦି ମୋ ହୃଦୟର
ବିକ୍ଷିପ୍ତ ଅଗଣାକୁ
ତେବେ ପର୍ଦ୍ଦା ଉଠାଇ ଆସ
ଏକୁଟିଆ ||
କାହାରିକୁ ସାଙ୍ଗରେ ନ ନେଇ
ଦେଖ ମୋ ବିଛଣା ଉଠାଇ
କାଠପେଡ଼ି ଖୋଲି
ଖେଳେଇ ଦେଖ ଟେବୁଲ ଉପରର
ଗଦା ଗଦା କାଗଜ
ଫାଟ ଭିତରେ ଦେଖ
କେବେ ଖୋଲୁ ନ ଥିବା
ରୁମ ଭିତରକୁ
ଚେଷ୍ଟା ବି କର ଖୋଲିବାକୁ
ଯଦି ଚାହଁ
ଚାବି ଗୁନ୍ଥା ସେଇଠି ପଡିଛି
ଖେଳେଇ ଦେଖ ସବୁ ଫଟୋଗୁଡିକୁ
ତୁମ ଫଟୋ ବି ଥିବ ସେଥିରେ
ନିଖୁଣ ମଣିଷଟିଏ ||
ନୁହେଁ ମୁଁ
ମୁଁ ବି ଅଭିନୟ କରିଛି
ଅନୁକମ୍ପା ପାଇଁ
ଦୌଡିଛି ଏଣେତେଣେ
ପ୍ରେମ ପାଇଁ
ମିଳିଲେ କିଛି ପ୍ରମାଣ
ନେଇ ଚାଲି ଯାଅ
ଗଲାବେଳେ ଦୟାକରି
ପର୍ଦ୍ଦାକୁ ଟାଣିଦେଇ ଯାଅ ||