STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ପ୍ରଚ୍ଛଦ ନାୟିକା

ପ୍ରଚ୍ଛଦ ନାୟିକା

1 min
150

ସେ

ଅନେଇଲେ,

ଆଖି ତା'ର

ମୃଦୁକଥା କୁହେ


ସେ

ହସିଦେଲେ,

ଓଠରେ ତା'

ଫୁଲ ଫୁଟିଯାଏ


ସେ

ଚାଲିଗଲେ,

ପାରିଜାତ

କଣେଇ ଅନାଏ


ତା'

ସ୍ୱପ୍ନରେ ସେ,

ଶ୍ରାବଣୀର

ଶୃଙ୍ଗାର ସଜାଏ


ସେ

ଗାଇଗଲେ,

ମେଘ ନାଚେ

ମୁକୁଳା କେଶରେ


ତା'ର

ଲୁହ ସବୁ,

ମୋ' କବିତାକୁ

ଅନ୍ତରଙ୍ଗ କରେ


ସେଇତ,

ମୋ' ମନର

ମୁଗ୍ଧା,ମଧୁମତି


ମୋ' କବିତାର 

ପ୍ରଚ୍ଛଦ ନାୟିକା


ଅବା,ମୋର

କାବ୍ୟର କାବେରୀ


ଅବା ସିଏ

ଋତୁରାଣୀ,

ଋତୁରେ ଋତୁରେ

ରାଗର ରାଗିଣୀ ସାଜି,

ପ୍ରୀତି ବାଣ୍ଟିଚାଲେ,

ଜହ୍ନ ରାଇଜରେ


Rate this content
Log in

Similar oriya poem from Abstract