STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ପ୍ରଚ୍ଛଦ ନାୟିକା

ପ୍ରଚ୍ଛଦ ନାୟିକା

1 min
153

ସେ

ଅନେଇଲେ,

ଆଖି ତା'ର

ମୃଦୁକଥା କୁହେ


ସେ

ହସିଦେଲେ,

ଓଠରେ ତା'

ଫୁଲ ଫୁଟିଯାଏ


ସେ

ଚାଲିଗଲେ,

ପାରିଜାତ

କଣେଇ ଅନାଏ


ତା'

ସ୍ୱପ୍ନରେ ସେ,

ଶ୍ରାବଣୀର

ଶୃଙ୍ଗାର ସଜାଏ


ସେ

ଗାଇଗଲେ,

ମେଘ ନାଚେ

ମୁକୁଳା କେଶରେ


ତା'ର

ଲୁହ ସବୁ,

ମୋ' କବିତାକୁ

ଅନ୍ତରଙ୍ଗ କରେ


ସେଇତ,

ମୋ' ମନର

ମୁଗ୍ଧା,ମଧୁମତି


ମୋ' କବିତାର 

ପ୍ରଚ୍ଛଦ ନାୟିକା


ଅବା,ମୋର

କାବ୍ୟର କାବେରୀ


ଅବା ସିଏ

ଋତୁରାଣୀ,

ଋତୁରେ ଋତୁରେ

ରାଗର ରାଗିଣୀ ସାଜି,

ପ୍ରୀତି ବାଣ୍ଟିଚାଲେ,

ଜହ୍ନ ରାଇଜରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract