ପ୍ରଭୁ ତୁମେ
ପ୍ରଭୁ ତୁମେ
ମନ ଅଛି ମୋର
ମନ ବି ରହିବ
କାଳେ ଭୁଲିଯିବି
ଲେଖା ଥାଉ ମୋର
ମନ ଚିତରେ !
ଅଝଟିଆର ତୋର
ଅନେକ ସପନ
ଟିକେ ଟିକେକେ ଅଭିମାନ
ଟିଂଗା ବୋଲି ଜାଣି
ନ ଥିଲା ଏ ମନ !
ଏଣିକି ତା କଥା
ଭଲକି ବୁଝିବି
ନୋହିଲେ ରୂଷିବ
ରାଗିବ, ମୁହଁ ବୁଲାଇ
ଅନେକ କଥା କହିବ
ପଛକଥା ଭାବି
ନିଜକୁ ସମର୍ପି
ଦେଇଅଛି ମୁହିଁ
କାହିଁକି ଭରଷା
ତୁଟାଇଲି ମୁହିଁ !
ସେଥିପାଇଁ ବୋଧେ
ସେ ରାଗିଗଲା
ରୂଷିଲା ମୁହଁକୁ
ମୋ ଆଖି ଦେଖିଲା !
ଯାହା ହେଲା ହେଲା
ମୋର ବିଦ୍ୟାଳୟ
ସେ ଦେଖିଗଲା !
ଦେଖି ନ ଥିଲି ମୁଁ
ବହୁତ ଦିନରୁ
ଯାହା ଦେଖିଲି
ତା କୃପାରୁ !
ତା ରୂଷିଲା ମୁହଁ
ଆଖିରେ ନାଚୁଛି
ତା ଆଖିର ଲୁହ
ମୋ ଆଖିରେ ଭରି ଅଛି !
ଆସୁଥା କାଳିଆ
ଏମିତି ଟିକିଏ
ଦେଖିକରି ତୋତେ
ଆନନ୍ଦ ମୁଁ ପାଉଥାଏ
ଶେଷ ନିଶ୍ୱାସ ତୋ
ସେବାରେ ଯାଉ !
