STORYMIRROR

Panchanan Jena

Abstract Tragedy

4  

Panchanan Jena

Abstract Tragedy

ପ୍ରଭୁ ପାଦତଳେ

ପ୍ରଭୁ ପାଦତଳେ

1 min
7


ଦୁର୍ଲଭ ମଣିଷ ଜୀବନ ମିଳିଥିଲା

ଦେବ ଶିଶୁ ପରି ହସୁଥିଲି 

ଚିନ୍ତା ସମସ୍ୟା ଜାଣି ନ ଥିଲି

ଖୁସିରେ ଥିଲି ବାଲ୍ୟଜୀବନେ

ଭଲରେ ଥିଲି ପିଲାଦିନେ

ପ୍ରଭୁପାଦେ ପ୍ରଣାମୀ ନିମାମୀ

ସୁସ୍ଥ ନିରୋଗ ଜୀବନ ପ୍ରଣମାମୀ 


ବୟସ ବଢିଲା ଦାୟିତ୍ଵ ଲମ୍ବିଲା

ଉଚ୍ଚତା ବଢିଲା ସମସ୍ୟା ଲମ୍ବିଲା

ହସ ବଦଳରେ ନିରାଶା

ଖୁସି ବଦଳରେ ସମସ୍ୟା

ନିଦ ହଜିଗଲା ଜଞ୍ଜାଳ ବିଷମ

ପରିସ୍ଥିତି ଚକ୍ରେ ଧନ୍ଦି ନାକେଦମ


ଜୀବନ ବଂଚିବାର ଥିଲା ସଂଗ୍ରାମ ଅବ୍ୟାହତ

ସମୟ କାଟିବାର ଥିଲା ଯୁଦ୍ଧ ଅନବରତ

ଜୟ ପରାଜୟ ତୁମରି ହାତରେ

ବିଚାର ନ୍ୟାୟ ତୁମରି ନିର୍ଦ୍ଦେଶରେ

ପ୍ରଭୁପାଦ ତଳେ ପ୍ରଣତି ଢ଼ାଳେ

ପ୍ରାର୍ଥନା ନିତି କରେ ସଂଞ୍ଜ ସକାଳେ


ପୁରୁଣା ପୋଷାକ ଫାଟିବ ହିଁ ଚିରିବ

ପାଚିଲା ମର୍ମର ଖସିବ ହିଁ ଝଡିବ

ମୃତ୍ୟୁ ପଥର ଯାତ୍ରୀ ଆମେ ଜାଣିଛେ

ସଂଗ୍ରାମ ସରିବ ଦିନେ ସବୁ ବୁଝିଛେ

ପୁଣି ଅବୁଝା ଅବିବେକୀ କାହିଁକି ଏ ନର ?

ପ୍ରଭୁ ପାଦତଳେ ସାଷ୍ଟାଙ୍ଗ ବାଢ଼େ

ବୁଝେଇ ଦେବ ହେ ଗୁହାରି ଯୋଡ଼େ ।।


Rate this content
Log in

Similar oriya poem from Abstract