ପ୍ରାଥନା
ପ୍ରାଥନା
ମନକରିଲେ ହୋଇକିପାରେ
ମନ୍ତିରି ,ରାଜା,ରାଣୀ,
ମନଚାହିଁଲେ ମାନିକିଚଳେ
ମହତଜନ ବାଣୀ ?
ମନଭିତରେ ଦେଖିପାରେନି
ଭୋକିଲା ପେଟ ଦାଉ,
ମନଚାହିଁଲେ କିଣିପାରେନି
କିରତି ଦେଇ ଭାଉ ।
ମନମାନିଲେ ଲେଖିହୁଏନି
ପୋଥିପୁରଣ ବହି,
ମନଢଳିଲେ କରିକିପାରେ?
ସେବା,କଷଣ ସହି ।
ମନ ଭିତରେକାହିଁକି ଆସେ
ଛନ୍ଦ,କପଟ ଭାବ,?
ମନ ଖୁସିରେ ବୋଲିପାରେନି
ପକ୍ଷୀ କାକଲି ରାବ ।
>ମନ ମାନିଲେ ହୋଇକି ପାରେ
ମହାତ୍ମା,ବୁଦ୍ଧ,ରବି?
ମନଥିଲେବି ଆଙ୍କିପାରୁନି
କରତାକଂର ଛବି ।
କରମ କାହିଁ ସରସ ନାହିଁ
ହରଷ ରଖି ମୁଖ,
ସକଳ ଜନ ସେବାରେ ମନ
ଥାଉ ନଆସୁ ଦୁଃଖ।
ମନର ବସ ସାଧୁ ପରସ
ସରଳ ଗତି ମତି,
ଅନେକ ଆଶା ଜଣେ ଭରଷା
ପ୍ରଦୀପ ସମ ଗତି।
ଯାହା ପାଇଛି ଯେମିତି ଅଛି
ତୁମର ମହା ଦାନ,
ନିଜକୁ ବୁଝିବାକୁ ସକତି
ଦିଅହେ ଭଗବାନ।