ପ୍ରାଣ ହେଉ ସଞ୍ଜିବୀତ
ପ୍ରାଣ ହେଉ ସଞ୍ଜିବୀତ
ଜହ୍ନ ପରି ମୁହଁ ଚହଟ ଚିକ୍କଣ
ହସ ଫୁଟେ ମଲ୍ଲିଫୁଲ
ବାସେ କିଆଫୁଲ ମହକି ମହକି
କଥା ତ ପାଚିଲା ବେଲ ।
ପ୍ରିୟା ମଧୁମାସୀ ମାଧୁରୀ ମାଳତୀ
ଯୂଇ ଯାଈ ହେନା ଚମ୍ପା
ଚହଟିଲେ ପ୍ରିୟା ଲାଗେ କୃତ୍ୟକୃତ୍ୟ
ବରଷଇ ଅନୁକମ୍ପା ।
ଜହ୍ନିଫୁଲ ପରି ଝରେ ଶୁଭାଶିଷ
ହଳଦୀବସନ୍ତ ରୂପ
ଲାଗେ କୁତୁକୁତୁ ଦେଖିଲେ ପ୍ରିୟାକୁ
କିମିଆ ଅଢେଇ ଦିନ ।
ଗାଏ ଗୁଣୁଗୁଣୁ ପାଗଳ ଭ୍ରମର
ଖୋଜଇ ମନୁଆ ବାଇ
ପାଶେ ଥାଏ ଲୁଚି ସୁଗନ୍ଧ ସୁରଭି
ବାହାରେ ମିଳିବ କାହିଁ ।
ଜଳଇ ଦୀପକ ସେନେହ ସଳିତା
ଆଲୋକର କଣ ବିଞ୍ଚି
ପ୍ରିୟା ଚନ୍ଦ୍ରାନନା ସୂରୁଜର ବ୍ୟଥା
ପାରିବକି କେବେ ବୁଝି ।
ହସିଲେ ଜନନୀ ହସଇ ଧରଣୀ
ଉକୁଟେ ସ୍ନେହ ସୋହାଗ
କିରଣ ଉଧାରେ ଜୋଛନା ଉଛୁଳେ
ଇନ୍ଦ୍ରଧନୁ ସପ୍ତରଙ୍ଗ ।
ନ ହେଉ ପ୍ରକୃତି ବିରହ ବିଧୁରା
ଅ°ଶୁମାନ ଅସ୍ତମିତ
ସୈ।ଭାଗ୍ୟ ପ୍ରତୀକ ହେଉ ଦିପ୍ତୀମନ୍ତ
ପ୍ରାଣ ହେଉ ସଞ୍ଜିବୀତ ।
