STORYMIRROR

Santanu Bisoi

Abstract

2  

Santanu Bisoi

Abstract

"ପରାହତ ନାୟକ।"

"ପରାହତ ନାୟକ।"

1 min
135

ପରାହତ ଏଇ ନାୟକର ଆଜି

ବଞ୍ଚିବାକୁ ଆଉ ଇଚ୍ଛା ନାହିଁ,

ବୀତସ୍ପୃହ ଏଇ ଜୀବନରେ କିଛି

ନୂତନତ୍ୱ ନାହିଁ କିଛି ନାହିଁ


ହାରିବାର ଥିଲା ହାରି ମୁଁ ଯାଇଛି

ଜିତିବାର ଇଛା ମୋଟେ ନାହଁ,

କଳ୍ପନାରୁ ବେଶୀ ଆଶାଠୁ ଅଧିକ 

ପାଇଛି ମୁଁ ଦୁଃଖ, ଆଉ ନାହିଁ


ହାରିଛି କେତିକି ଜିତିଛି କେତିକି

ହିସାବ କିତାବ ରଖି ନାହିଁ,

ଛୋଟା ହେବା ଘୋଡା ଗୁଳିଖାଏ ଏଠି

ତେସନେ ଜୀବନ ଯାଏ ବହି


ସଂସାର ଜଞ୍ଜାଳ ପରକରିଦେଲା

ଅସଭ୍ୟ ସମାଜ ଦିଏ ଦହି,

ଅଲେଖା ଅକୁହା କଳା ଇତିହାସ

ପଢି ପାରିବନି ମୋତେ କେହି


ଗର୍ହିତ ଜୀବନ ଜୀଇଁ ରହିବାକୁ

ଧର୍ଯ୍ୟ ନାହିଁ ମୋର ଶୌର୍ଯ୍ୟ ନାହିଁ,

ମୋ' ଚିନ୍ତା,ଭାବନା ସଙ୍ଗେ ଖେଳି ସାରି

କଅଁଳେଇ କଥା କୁହ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract