STORYMIRROR

suchismita Sahu

Abstract Others

4  

suchismita Sahu

Abstract Others

ରଜ

ରଜ

1 min
332

ବରଶ କେ ଥରେ

 ଆସଇ ରଜ

ଘେନି ନୂଆ ସଜବାଜ

ନୂଆ ବସ୍ତ୍ର

ନୂଆ ଅଳଙ୍କାର ପିନ୍ଧି

କରିବା ରଜ ମଉଜ

ନୂଆ ବୋହୂ ପାଦେ

 ନାଲି ଅଳତା ଲୋ

ଦିଶୁଥାଏ ଝଟ ଝଟ

ଆମ୍ବ ଗଛ ଡାଳେ

ଦୋଳି ବନ୍ଧା ହୋଇ

ଡାକୁଥାଏ କେଁ କଟ

ରଜ ଆସିଛି ଲୋ

କୁଆଁରୀ ଝିଅ ଟିଏ

ଚଲେନା ଖାଲି ପାଦରେ

ଗୁଆ ର ଖୋଳପା

ବନ୍ଧା ହୋଇଛିଲୋ

ଚାଲିବ ତା ସାଥିରେ

ଘରେ ଘରେ ପୋଡ଼

ପିଠାର ବାସ୍ନା

 ମହକଇ ଦିଏ ଖଣ୍ଡ ମଣ୍ଡଳ

ପହିଲି ରଜରେ 

ମନ ତୋଷ କରେ 

ମାଉଁଷର ଝୋଳ

ଦ୍ଵିତୀୟ ଦିନଟି

 ଭୂଇଁ ନଅଣର ପୂଜା

କୋଡ଼ି କୋଦଳା ଲୁହା ଜିନିଷ

ଧୁଆ ଧୋଇ ହୋଇ

ହୋଇଥାଏ ସାଜ ସଜା

ତୃତୀୟ ରେ ଶେଷ ରଜ

ସରି ସରି ଆସେ ରଜ ମଉଜ

ଘରେ ଘରେ ଜମଇ

ତାଶ ଖେଳ

ଠା ଠା ହୋଇ ବସି 

ହସ ଖୁସି ହୋଇ

ଲୋକେ କରୁଥାନ୍ତି କୋଳାହଳ

ଆମ୍ବ ପଣଷର ବାସ୍ନା

 କେତେ ପିଠା ପଣା

ଭାର ଥୋର ଖାଇ

ମନେ ଭରି ଯାଏ ତୃଷ୍ଣା ।


Rate this content
Log in

Similar oriya poem from Abstract