STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଜ୍ଵରରେ ପୀଡିତ କଳା ସାଆନ୍ତ

ଜ୍ଵରରେ ପୀଡିତ କଳା ସାଆନ୍ତ

1 min
271


ଜ୍ଵରରେ ପୀଡିତ କଳା ସାଆନ୍ତ ମୋ

ଅଣସର ଘରେ ରହି 

ଅକଥନୀୟ ସେ ପୀଡା ଭୋଗୁଛନ୍ତି

ଜଗତର ନାଥ ହୋଇ ।


ଷାଠିଏ ପଉଟି ଭୋଗଖିଆ ଏବେ

ଚକଟା ଭୋଗକୁ ପଣା

ଖାଇ ରହିଛନ୍ତି ପଥି ପାଚନରେ

ଜ୍ଵର କରେ ବୁଦ୍ଧି ବଣା ।


ସ୍ନାନ ପୂର୍ଣ୍ଣିମାରେ ସୁନାକୂଅ ପାଣି

ଢାଳି ହେଲେ ମଥା ପରେ 

ଦିନେ କାଳେ ହେଲେ ଏମିତି ଗାଧୁଆ

ଗାଧେଇ ଥିଲେ କି ଥରେ ?


ଗରମ ଲାଗିଲା ବୋଲି ମୋ ସାଆନ୍ତେ

ଭାଇ ଭଉଣୀଙ୍କ ସାଥେ 

ଚକ୍ରରାଜ ସହ କରିଲେ ସ୍ନାହାନ

ନେତ୍ରେ ଦେଖିଲେ ସମସ୍ତେ ।


ଗଜପତି ଛେରାପହଁରା ସାରିଲେ

ହାତୀବେଶ ତାଙ୍କ ହେଲା 

ପହଣ୍ଡିରେ ଯିବା ଆସିବା କରିଲେ

ଜ୍ଵର ତ ମାଡି ବସିଲା  ।


ପନ୍ଦରଦିନ ସେ ଅଣସର ଘରେ

ପଡି ରହିବେ ଜ୍ଵରରେ 

ପାଳିଆ ସେବକ ସେବା କରୁଥିବେ

ନାନାବିଧ ପରକାରେ ।


ଚଉସମ ଖାଇ ଫୁଲୁରୀ ତେଲକୁ

ଲଗାଇବେ ଶ୍ରୀଅଙ୍ଗରେ

ରାଜବୈଦ୍ୟ ଦଶମୂଳ ମୋଦକକୁ

ଖୁଆଇବେ ଉପଚାରେ ।


ଫୁଲୁରୀ ତେଲରେ ପୀଡା ହେବ ଦୂର

ଖାଇଲେ ମୋଦକ ଜ୍ଵର 

ଦୂର ହେବ କଳା ସାଆନ୍ତେ ମୋହର

ସୁସ୍ଥ ହୋଇବେ ସତ୍ୱର ।


ହେବ ନେତ୍ରୋତ୍ସବ ଆଷାଢ ଶୁକଳ

ଦ୍ଵିତୀୟା ତିଥି ଆସିବ 

ଘୋଷ ଯାତରାରେ କଳା ସାଆନ୍ତଙ୍କୁ

ସାରା ସଂସାର ଦେଖିବ ।


Rate this content
Log in

Similar oriya poem from Abstract