STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ପହିଲି ରଜ

ପହିଲି ରଜ

1 min
258


ରଜ ରାଣୀ ଆସିଛି ଲାଜେଇ,

ପହିଲି ଦେଖାରେ ହେଉଛି ଭାରି ଫୁଲେଇ।

ବରଷକେ ଥରେ ନୂଆ ନୂଆ ଲାଗୁ ଅଛି,

ଧରା ସେ ପାଦ ଦେଇ ଖୁସି କୁ ଆଣିଛି।

ନାରୀ ମନ ହେଉଛି ଅଥୟ ରଜ ଆସିଛି ,

ରଜ ରାଣୀ ର ପହିଲି ଦେଖା ରେ ଦୁଃଖ ହରିଛି।

ରାଜ ରାଣୀ ଆସି ଅଛି ବୋଲି ଘରେ ଘରେ ପିଠା ହୋଇଛି,

ରଜ ରାଣୀ ପୁରୁଷ କୁ ବି ରଜର ରାଜା କରିଛି।

ରଜ ଆମ ନିଆରା ପରଵ ହୋଇ ଉତ୍କଳେ ରହିଛି,

ପହିଲି ମେଘ ର ସ୍ପର୍ଶ ପାଇ ଧରଣୀ ରଜୋବତୀ ହୋଇଛି।

ରଜ ରାଣୀ ଆସିଛି କୃଷି ପର୍ବ କୁ ଆଣିଛି,

ଚଷା ଭାଇ ତିନି ଦିନ ବିଶ୍ରାମ ନେଇ ରଜ ପାଳୁଛି।

ରଜ ରେ ଗଜ ବି ସୁନ୍ଦର ହୋଇ ଡାକ ଦେଉଛି,

ବନସ୍ତେ ତରୁ ତୃଣ ସକାଳ ରୁ ସଞ୍ଜ ,

ସତେ ଅବା ସଜ ହୋଇଛି।


Rate this content
Log in

Similar oriya poem from Abstract