ପରାଧୀନ
ପରାଧୀନ
ସକାଳ ପହରୁ ଧାଇଁଧାଇଁକାଳୁ
ଖୋଜି ବାକୁ ଯାଏ ଆହାର
ପାଇ ଗଲେକିଛି ଶୋଇ ପଡେ ଯାଇ
କେବିନ କି କାହା ଦୁଆର।
ଶୋଇ ଶୋଇ ଦେଖେ ଧୋବ କୁକୁରଟେ
ଆସେ ତା ମାଲିକ ସାଥିରେ।
ଚେନ ବେଲ୍ଚ ବନ୍ଧା ହୋଇଛି ତାବେକେ
ଭିଡି ହୋଇ ଚାଲେ ଦୁଃଖରେ।
ତାକୁ ଦେଖି କାଳୁ ଭାବେ ମନେ ମନେ
କରିଛି କି ଭାଗ୍ୟ ସତରେ।
ବଡ଼ ଘରେ ରହି ଭଲ ଖାଦ୍ୟ ଖାଇ
ଶୋଉଥିବ ସିଏ ଗଦିରେ।
ପାଖକୁ ଯାଇ ତା ପଚାରଇ ଅତି ଆଦରେ
ଭାରି ମଜା ତୋର ସତରେ
ଖାଇବାକୁ ତତେ ପଡୁ ନାହିଁ କଷ୍ଟ
ରହୁଛୁ ତୁ ଭାରି ଖୁସିରେ।
ଶୁଣି କାଳୁକଥା ଆଖି ପୋଛି ପୋଛି
କହିଲା ଟି ସିଏ ଦୁଃଖରେ
କହନା ରେ ଭାଇ ସେ କଥା ତୁ ଆଉ
ଖୋଲା ରେ ବୁଲୁଛୁ ଭଲରେ।
ମାଲିକ ତା ଘରେ ବାନ୍ଧିରଖି ଅଛି
ଖାଇବାକୁ ଦେଇ ମାଉଁସ
ଶୋଉଛି ବସୁଛି ଯାହା କରୁଅଛି
ବେକରେ ଲାଗିଛି ବେଲ୍ଟ
ଆନନ୍ଦେ ବୁଲୁଛୁ ,ଯାହା ଵି ଖାଉଛୁ
ହୋଇ ତୁ ରହରେ ସ୍ଵାଧୀନ।
ଭଲ ଖାଦ୍ୟ ଖାଇ ଶୋଇଲେ କି ହେବ
ହୋଇ ଯିବୁ କାହା ଅଧିନ।