ପର
ପର
କେମିତି ତମେ ଏତେ କଷ୍ଟ ସହିପାର
ପ୍ରେମରେ, ଭଲପାଇବାରେ
ନିଜକୁ ଭୁଲିଯାଇ ଅନ୍ୟଜଣକୁ ମନେରଖିପାର
କାହିଁ ମୁଁ ତପାରୁନି
ଆଉ କାହା କଥା ଭାବି ବି ପାରୁନି
ଏମିତି କେମିତି
ଏତେ ସହଜ ହୋଇପାର
ଆତ୍ମା ମନ୍ଥିହୋଇଗଲାବେଳେ
ହସଫୁଲ କେମିତି ବୁଣିପାର
ମୁଁ ତ ମିଛ ମାୟାର ସଂସାର କଲିଣି
ସମୟ ର ଚକ ରେ ପେଶିହେଇଗଲିଣି
ଆଉ କଣ ଦେଖାଇପାରିବି
ତୁମ ଲାଗି ନିଗିଡି ପଡିଥିବା
କେତେ ଅଙ୍କାବଙ୍କା
ଏ ଆଖି ଲୁହ ଧାର
ଦେଖ ,କଷ୍ଟ ମୁଁ ବି ପାଉଛି
ପଞ୍ଜୁରି ଭିତରେ
ଏଠି ବନ୍ଧା ଯେ ପଡିଛି
ମୋପାଇଁ ସବୁ ମନା
ଡେଣାମେଲି ଅନ୍ତନ୍ତ ଆକାଶ ରେ ଖୁସିରେ ଉଡ଼ିବା ମନା
ମୁଁ ତ ନିଜେ ନିଜ ପର କାଟି ପକାଇଛି
ଏବେ "ମୁଁ" ପର
କେମିତି କହିବି ଯେ
ସଂପର୍କ ଆମର
ଜନ୍ମ ଜନ୍ମାନ୍ତର
