STORYMIRROR

Satyabati Swain

Romance Tragedy

4  

Satyabati Swain

Romance Tragedy

ପଞ୍ଜୁରୀ

ପଞ୍ଜୁରୀ

2 mins
410


ସ୍ୱପ୍ନ ଥିଲା ଆଖିରେ 

ଆକାଶ ଭର୍ତ୍ତୀ ଇନ୍ଦ୍ରଧନୁର

କିନ୍ତୁ ସେଇ ଆଖି ଦୁଇ ଆଜି

ଆଷାଢ଼ ଶ୍ରାବଣ

ବିଶ୍ୱାସ ଡଙ୍କେଇ ଯାଉଥିଲା କଖାରୁ ଲତା ପରି

ମାଟିରୁ ଅରୁନ୍ଧତୀ ଯାଏ

ଭରସା ଦେଉଥିଲ ସୂର୍ଯ୍ୟ ଉଦୟ ପରି

ଆଶା ଦେଉଥିଲ

ଅସଂଖ୍ୟ ତାରା ଫୁଲରେ 

ମୁଁ ଇଡି ଦେଇଥିଲି ହୃଦୟର

ଯେତେ ସାଇତା କୁଆଁରୀ ପ୍ରେମ।


ଗୁଡେଇ ହୋଇ ଯାଇଥିଲି

ତୁମ ମନ,ହୃଦୟ,ଦେହ ସାରା

ଏତେ ବିଶ୍ୱାସ,ଭରସା ତଳେ

ଅବିଶ୍ୱାସର ପ୍ରଶ୍ନ ଦୁଆର ମାଡ଼ିଥାନ୍ତା କେମିତି ଯେ..

ବୋଧେ ମୋ ସରଳତା କୁ

ମାପି ଦେଇଥିଲ ତୁମେ

ତୁମେ ଠିକ୍ ଜାଣିଥିଲ ମୋ ଡେଣା

ଉଡାଣ ଭରି ପାରେ କେତେ ଦୂର

ତୁମ ମାପ ମୋ ବଂଚିବା ସଂଜ୍ଞା ବଦଳାଇ ଦେବ

ମୋତେ ଲଂଗଳା,ଫୁଙ୍ଗୁଳା କରିଦେବ

କେମିତି ଭାବିଥାନ୍ତି କୁହ।


ମୁଁ ଢଳି ଗଲି ଭଳି ଗଲି

ଢାଳି ହୋଇ ବି ଗଲି

ତୁମେ ଚାଟିନେଲ ମୋ ସମସ୍ତ ସଞ୍ଚିତ

ଗୋଟେ କୁଆଁରୀ ସମ୍ପଦ

ତୁମ ଲାଳୁଆ ଜିହ୍ୱାରେ

ହାତ ଧରି ବିଶ୍ୱାସ ଜନ୍ମେଇଲ

ଠାକୁରାଣୀ ସିନ୍ଦୁର ଆଣି 

ମୋ ସିନ୍ଥିରେ ଭରିଲ

ନନା ସାକ୍ଷୀ

ତୁମ ସାଙ୍ଗ ସାକ୍ଷୀ ରହିଲେ କହିଲ

ନାଲି ଶଙ୍ଖା ମାଙ୍କୁ ଚଢାଇ ମୋ ହାତରେ ପିନ୍ଧାଇଲ

ଏହା ପରେ କଣ ମୁଁ ଅବିଶ୍ୱାସ କରିଥାନ୍ତି!!!


ମୋତେ ଫେରାର କରିନେଲ

ମୋ ପଛରେ ଚହଳ ପଡିଲା

ଗୋଟେ ଅଜାତି ପୁଅ ସଙ୍ଗେ

ମିଶ୍ର ଘର ଝିଅ ପଳେଇଛି

ନନା ବୋଉ,ଭାଇ ମୋର

ଘରେ କବାଟ କିଳି ରହିଲେ ମାସେ କାଳ

ତୁମେ ମୋତେ ନେଇ ରଖିଲ ଲୁଚାଇ

ପତ୍ନୀ କହି ଗୋଟେ ଭଡା ଘରେ

ମାସେ ପରେ

ସେଇ ଘରେ ଛାଡି କୁଆଡେ ଚାଲି ଗଲ

ଦିନେ,ଦୁଇ ଦିନ ଏମିତି 

ଆଠ ଦିନ ଗଲା ନ ଆସିଲ

ତୁମେ ଏମିତି କାଇଁ କଲ!!!


ଫୋନ୍ ସୁଇଚ ଅପ କହିଲା

ଚାରିଦିଗ ମୋତେ ଅନ୍ଧାର ଦିଶିଲା

କଣ ଖାଇବି

କେମିତି ବଞ୍ଚିବି

ଘର ଭଡା କେଉଠୁ ଦେବି

ଭାବି ଭାବି 

ମୁଁ ଆହୁରି ଡରି ଗଲି

ଯେତେବେଳେ ବାନ୍ତି ହେଲା ମୋର

ଖୁଡି ଏମିତି ବାନ୍ତି କଳାରୁ

ସମସ୍ତେ କହିଲେ ଏ ମା ହେବାର ଲକ୍ଷଣ

ମୁଁ କଣ ତେବେ ମା ହେବାକୁ ଯାଉଛି!!


ମୁଣ୍ଡ ଘୁରେଇ ଦେଲା ମୋର

ବାରମ୍ବାର ଫୋନ୍ କଳାରୁ ଦିନେ

ତୁମେ ଉତ୍ତର ଦେଲ

ତୁ କିଏ?

ମୁଁ ତୋତେ ଚିହ୍ନିନି

ପଳା ତୋ ଘରକୁ

ମୋର ଘର କଣ ଆଉ ତୁମେ ରଖିଥିଲ?

କେଉଁଠିକୁ ଯାଇଥାନ୍ତି

ସମସ୍ତ ମୁଖେ କାଳି ବୋଲି

ମୁଁ ତ କଳଙ୍କିନି ହୋଇଛି

ସମସ୍ତ ପିଠି କରି ରାତି ଅଧେ ପକାଇ ଆସିଛି।


ଆଖିରେ ସ୍ୱପ୍ନ ଦେଇ

ଦେଇଦେଲ ଆଷାଢ଼

ସତରେ ମୁଁ ମା ହେବାକୁ ଯାଉଛି

ତୁମ ପ୍ରେମ ସନ୍ତକ ରଖିବି

ନା ନାହିଁ ଦୋ ଛକିରେ

ବହୁତ ଚିନ୍ତା କଲି

ଶେଷରେ ନିଷ୍ପତ୍ତି ନେଲି ୟାକୁ ମୁଁ ନିଶ୍ଚିନ୍ତ

ପୃଥିବୀ ଆଲୁଅ ଦେଖାଇବି

ତୁମ ନାଁ ଦେବି

କିନ୍ତୁ ତୁମକୁ ନ ଛାଡ଼ିବି

କେଉଁଠି ଲୁଚିବ ତୁମେ

 ଅଶ୍ରୁକୁ ମୋ ସାଥି କରି ଦେଇ!!!

 ମୁଁ ତ ବିବାହିତ

 ମା ହେବା ମୋ ପାଇଁ ହେବକି ପାପ!!


ଭୀରୁ, କାପୁରୁଷ

କାମାନ୍ଧ ବର୍ବର

ଭାବିଛକି ଛାଡ଼ିଦେବି ମୋ ନାର୍ଯ୍ୟ ଅଧିକାର!!

ଶୁଣୁଛି ବିବାହ କରୁଛ ଡିସେମ୍ବର ଛଅରେ

ଦେଖିବି କେମିତି ତୁମେ ମୋତେ ଧୋକା ଦେଇ

ପୁଣି ଗୋଟେ ଝିଅ ଜୀବନ ସହ ଖେଳିବ!

କୋଳରେ ମୋ ମାସକ ଶିଶୁ

ମହିଳା କମିଶନ

ବେଦୀରୁ ବାନ୍ଧି ଆଣିଛି ତୁମକୁ

ଡି ଏ ଏନ ଟେଷ୍ଟ କହିଲା

ଏ ପୁଅ ତୁମର

ମିଳିଗଲା ମୋତେ ମୋ ପିଲା ମା ଅଧିକାର

ଆଉ ମୋ ପୁଅକୁ 

ବାପାର ନାଁ

ବାସ୍!ଆଉ କଣ ଲୋଡ଼ା

ତୁମେ ସେମିତି ସାରା ଜୀବନ ରୁହ ଏକା ଏକା

ମୁଁ ଆଉ ଫେରିବାର ନାହିଁ

ତୁମ ବିଶ୍ୱାସ ଘାତକତା ପଞ୍ଜୁରୀକୁ।



Rate this content
Log in

Similar oriya poem from Romance