Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Children

4  

sumanta behera

Children

ପଣିକିଆ ଗୀତ - ୦୨

ପଣିକିଆ ଗୀତ - ୦୨

1 min
190


ତିନି ଏକେ ତିନି

ପିତା ମାତାଙ୍କ କଥା ମାନିଲେ

ବିପଦ ଆସିବନି ।


ତିନି ଦୁଗୁଣେ ଛଅ

ପିତା ଓ ମାତା ଈଶ୍ୱର ଆମ

ତାଙ୍କୁ ଭକତି ଦିଅ ।


ତିନି ତିରିକି ନଅ 

ପିତା ଓ ମାତାଙ୍କୁ ଭକ୍ତି କରି

ତାଙ୍କରି କୃପା ପାଅ ।


ତିନି ଚଉକୁ ବାର

ପାଖେ ଥିଲେ ଆମ ପିତା ମାତା 

କାହାକୁ ନାହିଁ ଡର ।


ତିନି ପଞ୍ଚା ପନ୍ଦର

ସକାଳୁ ଉଠି ପିତା ମାତାଙ୍କ

ପାଦକୁ ସ୍ପର୍ଶ କର ।


ତିନି ସୋଖ ଅଠର

ପଦସ୍ପର୍ଶରେ ମିଳିବ କୃପା

ହସିବ ଆମ ଘର ।


ତିନି ସତା ଏକୋଇଶି

ବିଜୟୀ ହେବା ପିତା ଓ ମାତା

ଦେଲେ ଆଶିଷ ହସି ।


ତିନି ଅଷ୍ଟା ଚବିଶି

କରିବା ଚାଲ ତାଙ୍କରି ସେବା

ତାଙ୍କରି ଦୁଃଖ ନାଶି ।


ତିନି ନୁଆ ସତେଇସି

ପିତା ମାତାଙ୍କ ଖୁସିରେ ଯାଉ

 ଆମରି ଦିନ ବିତି ।


ତିନି ଦଶା ତିରିଶି

ଜୀବନ ଆମ ସାର୍ଥକ ହେବ

ହୋଇଲେ ତାଙ୍କେ ଖୁସି ।


Rate this content
Log in

Similar oriya poem from Children