STORYMIRROR

Gyanendriya Dash

Inspirational Children

3  

Gyanendriya Dash

Inspirational Children

ରହସ୍ୟ

ରହସ୍ୟ

1 min
171

ଓଡିଶା କଟକେ ନେତାଜୀ ସୁଭାଷ

ଜନ୍ମଲାଭ କରିଥିଲେ 

ଇଂରେଜ ଦମନ କରି ସ୍ୱାଧୀନତା

ପ୍ରାପ୍ତି ପାଇଁ ଲଢ଼ିଥିଲେ ।।


ଦେଶରୁ ବାହାରି ବିଦେଶରେ ଥାଇ

ସଂଗ୍ରାମରେ ଦେଲେ ଝାସ 

ଆଜାଦ ହିନ୍ଦର ଡାକରାରେ ତାଙ୍କ

ଥରିଲା ଇଂରେଜ ଶ୍ୱାସ ।।


କୁଆଡ଼େ ରହିଲେ ଦେଶେ ନ ଫେରିଲେ

ରହସ୍ୟରେ ରହିଗଲେ 

ମରି ବି ଅମର ନେତାଜୀ ଆମର

ମନେ ଥିବେ ସବୁବେଳେ ।।


ଲାଲ ବାହାଦୂର ବୀର ବାହାଦୂର

ପୂରୁବ ପ୍ରଧାନମନ୍ତ୍ରୀ 

ଚାଷୀ ଯବାନଙ୍କ ଆତ୍ମା ଓ ସମ୍ମାନ

ଦେଶର ହୃଦୟ ତନ୍ତ୍ରୀ ।।


ଚୁକ୍ତିନାମା ପାଇଁ ଯାଇଥିଲେ ଋଷ

ଫେରିଲେ ହୋଇଣ ଶବ 

ଏ କି ହେଲା ଆମ ଦେଶର ଦୁର୍ଭାଗ୍ୟ

ହରାଇ ଆମ ଗୌରବ ।।


ଜାଣି ହେଲା ନାଇଁ ଏ ରହସ୍ୟ ଗାଥା

ଲୁଚିଗଲେ ଦୁଇ ବୀର 

ଭାରତ ମାତାର ଗରବ ଗୌରବ

ସଦା ରହିବେ ଅମର ।।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational