STORYMIRROR

Gyanendriya Dash

Inspirational Children

3  

Gyanendriya Dash

Inspirational Children

ମୋ ଓଡ଼ିଶା

ମୋ ଓଡ଼ିଶା

1 min
136


ବହୁତ ସୁନ୍ଦର

ଅଟେ ମୋ ଓଡ଼ିଶା

ଭୌଗୋଳିକ ପରିପାଟୀ,

ପୂରୁବ ଦିଗରେ

ବଙ୍ଗୋପସାଗର

ଅନ୍ୟ ଦିଗେ ରାଜ୍ୟ ଭେଟି ।


ଭାଷା ମୋ ଓଡ଼ିଆ

ସଙ୍ଗୀତ ଓଡ଼ିଶୀ

ପ୍ରଭୁ ଜଗତର ନାଥ,

ଖାଦ୍ୟ ବସ୍ତ୍ର ଆମ

ଉଚ୍ଚକୋଟିର ଯେ

ସରଳ ଜୀବନ ପଥ ।


ପୂରୁବ ପଶ୍ଚିମ

ଉତ୍ତର ଦକ୍ଷିଣ

ଓଡ଼ିଶାର ଚାରି ପାର୍ଶ୍ଵ,

ଇଷ୍ଟ ଦେବାଦେବୀ

ଖାଦ୍ୟ ବସ୍ତ୍ର ଆଦି

ଭିନ୍ନ ରସେ ହୁଏ ସ୍ବର୍ଶ୍ୱ ।


ଫିରିଙ୍ଗି ହଟାଇ

ଓଡ଼ିଶାର ପୁଅ

ବୀରପଣ ଦେଖାଇଣ,

କେତେ କବି କେତେ

ସ୍ୱାଧୀନ ସଂଗ୍ରାମୀ

ଭୋଗିଲେ କାରାବରଣ ।


ଜିଲ୍ଲା ରାଜ୍ୟ ଦେଶ

ପାଇଁ ଲଢ଼ି ଲଢ଼ି

ଲଭିଛନ୍ତି ସ୍ୱର୍ଗବାସ,

ଦେଶପ୍ରେମ ବହ୍ନି

ଜାଳି ଦେଇଥିଲେ

ସାକ୍ଷୀ ଅଛି ଇତିହାସ ।


ମୋ ଓଡ଼ିଶା ବାସୀ

ଵୀରତ୍ୱ ପ୍ରକାଶି

ଉତ୍କଳ ଜନନୀ ମୁଖେ,

ଦେଉଥାନ୍ତୁ ସଦା

ସହାସ୍ୟ ବଦନ

ଆଗକୁ ବଢ଼ିବା ସୁଖେ ।



Rate this content
Log in

Similar oriya poem from Inspirational