Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Romance

4  

sumanta behera

Romance

ପାହାନ୍ତିଆ ସ୍ୱପ୍ନ

ପାହାନ୍ତିଆ ସ୍ୱପ୍ନ

1 min
410


ପାହାନ୍ତିଆ ସ୍ୱପ୍ନ ହୋଇବ କି ସତ

ତୁମ ସହ ପୁଣି ହେବ ମୋ ପ୍ରେମ ।

କରି ଆଲିଙ୍ଗନ ଦେବି ମୁଁ ଚୁମ୍ବନ

 ରକ୍ତିମ ଗୋଲାପି ଅଧରେ ତୁମ ।।


ପାଇ ସ୍ପର୍ଶ ମୋର ଦେହେ ଶିହରଣ

 ମନରେ ଆବେଗ ଖେଳିବ ତୁମ ।

ପ୍ରୀତିରେ ହଜିବ ପ୍ରୀତିରେ ଭିଜିବ

ହୃଦ କନ୍ଦରରୁ ପାଇ ମୋ ପ୍ରେମ ।।


ଭୁଲିଯିବ ସବୁ ମାନ ଅଭିମାନ

ଅତୀତ ଘଟଣା ବାଦ ବିବାଦ ।

ହାତେ ହାତ ଛନ୍ଦି ମୋ ସାଥେ ଚାଲିବ

 ଆସ୍ଵାଦନା କରି ପ୍ରୀତିର ସ୍ୱାଦ ।।


ହୃଦୟରୁ ଖୁସି ହେବି ମୁହିଁ ଅତି

 ଜୀବନରେ ପୁଣି ତୁମକୁ ପାଇ ।

ଭିଜି ଭିଜାଇବି ସାରା ଦୁନିଆକୁ

 ନବରସ ତୁମ ଶରୀରୁ ନେଇ ।।


କହିବି ଆନନ୍ଦେ ଦୁନିଆ ଆଗରେ

 ତୁମେ ହିଁ କବିତା ପ୍ରେମିକା ମୋର ।

ତୁମ ବିନା ମୋର ଅନ୍ୟ ଗତି ନାହିଁ

 ତୁମେ ମୋ ହୃଦୟେ କରିଛ ଘର ।।


Rate this content
Log in

Similar oriya poem from Romance