STORYMIRROR

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ସଫଳତା

ସଫଳତା

1 min
139


ସଫଳତା ପଥ ନୁହଁଇସହଜ 

କଠିନ ବନ୍ଧୁର ଭରା,

ମନ ଦୃଢ଼ କରି ଅତିକ୍ରମ କଲେ

ଦେଇଥାଏ ସିଏ ଧରା l

କେତେ ଖାଲ ଖମା କେତେ ବାଧା ବିଘ୍ନ

କରିଗଲେ ଅତିକ୍ରମ,

ସଫଳତା ଆସି ପାଶେ ମିଳିଥାଏ

କୃତାର୍ଥ କରି ଜୀବନ l

କେତେ ସଂଗ୍ରାମୀଙ୍କ କେତେ ତ୍ୟାଗ ପରେ

ସ୍ୱାଧୀନହୋଇଲା ଦେଶ,

ତ୍ୟାଗ ବିନା କାହିଁ ସଂସାରଟିରେ

ଭୋଗହୁଏ ପରବେଶ l

ସଫଳତା ପାଇଁ ଶବରୀ ଚାହିଁଲେ

କୋଳି ହସ୍ତେ ତାର ଧରି,.

 କୁବଜା ଚାହିଁଥିଲା ସଜ କରିବାକୁ

ଆସିବେ ପ୍ରଭୁ ଶ୍ରୀହରି l

ପଥର ରୁ ନାରୀ ହୋଇବା ନିମନ୍ତେ

ଅହଲ୍ୟା ଚାହିଁଲେ ପଥ,

ବଳରାମ ଦାସ ଚାହିଁଥିଲେ ବାଟ 

ଗଢି ତାଙ୍କ ବାଲି ରଥ l


ପରୀକ୍ଷାରେ ଟିକେ ସଫଳତା ପାଇଁ

ଛାତ୍ର କରିଥାନ୍ତି କଷ୍ଟ,

ରାତିଦିନ ଏକ କରି ପଢିଥାନ୍ତି

ମନରେ ସୁମରି ଇଷ୍ଟ l

ସଫଳ ହେବାକୁ କେତେ ବୈଜ୍ଞାନିକ

ରାତିଦିନ ଖଟିଥାନ୍ତି,

ମାଡାମ କ୍ୟୁରୀ ଠୁଁ ଭାସ୍କୋଡlଗାମା 

ଦୃଷ୍ଟାନ୍ତ କେତେ ଅଛନ୍ତି l

ଦୃଢ଼ ଆଶାରଖି କର୍ମ କରିଗଲେ

ସଫଳତା ସୂର୍ଯ୍ୟ ଉଏଁ,

 ସଫଳତା ବଳେ ଆସେ ଆମ ପାଶେ

କଷ୍ଟ ସବୁ ଭୁଲି ଯାଏ l



Rate this content
Log in

Similar oriya poem from Inspirational