STORYMIRROR

Bishnupriya Panda

Children

3  

Bishnupriya Panda

Children

କର୍ତବ୍ୟ ପରାୟଣ

କର୍ତବ୍ୟ ପରାୟଣ

1 min
130

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ତ

ସାହିତ୍ୟ ଆଉ ସମାଜ.

ଗୋଟିଏ ତ ଥିଲେ ଅନ୍ୟଟି ବି ଅଛି

ଏ କଥା ମନରେ ହେଜ.

ସାହିତ୍ୟର ପୃଷ୍ଟ ଭୁମି ଅଟେ ଏହି

ମଣିଷ ସମାଜ ଜାଣ.

ପରିବେଶ ଜୀବ ଜଗତ ପ୍ରକୃତି

ନେଇ ଏହାର ଗଠନ

ପର୍ବ ପର୍ବାଣି ଓ କଳା ସଂସ୍କୃତିକୁ

ବଜାୟ ରଖିବା ପାଇଁ.

ସାହିତ୍ୟର ସୃଷ୍ଟି ନିଶ୍ଚେ ଜାଣିଥାଅ

ଆମ ଏ ସମାଜ ପାଇଁ.

ନୀତି ଆଦର୍ଶ କର୍ତ୍ତବ୍ୟ ପରାୟଣ

ଶିଖୁ ଆମେ ଏହାଠାରୁ.

ଉପକାରିତା ଓ ଅପକାରିତାକୁ

ଜାଣି ବାକୁ ଚେଷ୍ଟା କରୁ.

ଆଧ୍ୟାତ୍ମିକ କ ବାଦ ଭଉତିକ ବାଦ

ଉପାଦେୟ ତା ତ କେତେ.

ନିଜ ଭୁଲ ନିଜେ ବୁଝିବା ପାଇଁ କି

ସଂଖ୍ୟମ ହେଉ ଜଗତେ.

ସମାଜର ଏକ ଅବିଛେଦ୍ୟ ଅଙ୍ଗ

ଏହି ସାହିତ୍ୟଟି ଜାଣ.

ସମାଜ ମଙ୍ଗଳ କାରି ବୋଲି ଏହା

ବିଶ୍ୱେ ଏହାର ପ୍ରାଧାନ୍ୟ.

ଏକତା ଓ ଅଖଣ୍ଡତା ଭାଇ ଚାରା

ନଷ୍ଟ କରେ ଯେ ସାହିତ୍ୟ.

ତାକୁ ଯେବେ ଆମେ ସାହିତ୍ୟେ ଗଣିବା

ହେବା ଆମେ ଅବିବେକ.

ସମାଜର ଉପକାରୀ ସାହିତ୍ୟକୁ

ଅଗ୍ରାଧିକାର ଯେ ଦେବା

ଏ ସାହିତ୍ୟ ବଳେ ଜ୍ଞାନୀ ଓ ଗୁଣିଙ୍କୁ

ପରାସ୍ତ ଆମେ କରିବା.

କର୍ତ୍ତବ୍ୟ ପରାୟଣ ଏ ଜଗତରେ

ହୋଇ ବିଶ୍ୱକୁ ଜିଣିବା.

ପର ଉପକାରେ ଆତ୍ମ ବଳି ଦେଇ

ପୃଥ୍ୱୀରେ ନାମ ରଖିବା.



Rate this content
Log in

Similar oriya poem from Children