STORYMIRROR

Pratima Satpathy

Children

3  

Pratima Satpathy

Children

ଶିଶୁ ହସିଲେ ଦୁନିଆଁ ହସେ.

ଶିଶୁ ହସିଲେ ଦୁନିଆଁ ହସେ.

1 min
172


ଶିଶୁ ଟିଏ ଅଟେ ଦେଶ ଭବିଷ୍ୟତ

    ବିଶ୍ୱ କାନନର ଫୁଲ

ହସ ଟି ତାହାର ଜଗତେ ବିରଳ

   ପୂର୍ଣ୍ଣମୀର ଚନ୍ଦ୍ର ତୁଲ ।


ନାଲି ଗୁଲୁ ଗୁଲୁ ଓଠରୁ ତାହାର

    ହସର ପାଖୁଡା ଫୁଟେ

ଦେଖିଦେଲେ ମନୁ ଦୁଃଖ ଦୂର ହୁଏ

   ଆନନ୍ଦର ବନ୍ୟା ଛୁଟେ ।


ଭଗବାନ ଙ୍କର ରୂପ ଅଟେ ଶିଶୁ

   ଜାଣେନି ଛନ୍ଦ କପଟ

ହସରେ ତାହାର ମୁକୁତା ଝରଇ

   ଦେଖିଲେ ମନ ଉଚ୍ଚାଟ ।


ସକାଳ ହୋଇଲେ ସୁରୁଜ କିରଣ

   ଦିଶୁଥାଏ ଝଲ ମଲ

ଶିଶୁ ଟି ହସିଲେ ଦୁନିଆଁ ହସଇ

   ହସଟି ଅମୁଲ ମୁଲ ।


Rate this content
Log in

Similar oriya poem from Children