ଧଏନ୍ ତାର୍ ବଳିଦାନ୍ (କୋଣାର୍କ)
ଧଏନ୍ ତାର୍ ବଳିଦାନ୍ (କୋଣାର୍କ)
ଆଠ୍ ଶ ବଛର୍ ତଳର୍ କଥା
କହୁଛେଁ ପଦେ ସୁନ
ସିଆନ୍ ସୁଜନ୍ କୁ ଗୁହେର୍ କରୁଛେଁ
ଦେଇଥିବ ଟିକେ କାନ ll ୧
ଉଡ୍'ଶା ରାଏଜେ ବୀର୍ ରଜା ଟେ
ନା ଟା ନର୍' ସିଂ ଦେବ
ଉପାଧି ତାକର୍ ଲାଙ୍ଗୁଳା ଥିଲା
କେନ୍ତା ହେଇଥିବେ ଯେ ଭାବ ll୨
ଭକତ୍ ଥିଲେ ସୂରୁଜ୍ ଦେବ୍'ତାର୍
ପାଏନ୍ ଢାଲନ୍ ସବୁ ଦିନେ
ପୁଜା କରୁଥିଲେ ଅଁଠି ପହଂର
ଖୁଟ୍ ନାଇଁ କରି ମନେ ।। ୩
ମନ୍ତ୍ରୀ ଡାକି କହେଲେ ରାଜା
କଥାଟେ ତମ୍ କେ କହେମି
ଚନ୍ଦ୍ରଭାଗାର୍ ନଏଦ୍ କୁଳେ କୁଲେ
ମନ୍ଦିର୍ ଗୁଟେ ଗଢାମି ।। ୪
କଥା ଶୁନି କରି ମହା ମନ୍ତ୍ରୀ
ଗଲେ ଡକରା ଦେଇ
ନିଉତା ଦେଲେ ସବୁ ଜନ୍ କେ
ଡକାଲେ ଯେତେ ବଢେଇ।। ୫
ଠୋଲ୍ ହେଇଗଲେ ଲକ୍ଷେ କାରିଗର୍
ରଜାର୍ ଦରବାର୍ ଆଗେ
ସେତିର୍ ଭିତ୍ ରୁ ବାରଶ ବଢେଇ
କାମ୍ ପାଏଲେ ସଜେ ।। ୬
ମୁଖିଆ ଥିଲେ ବିଶୁମହାରଣା
ମାଏଲେ ପଗ୍'ଡି ସୁଖା
ଆରମ୍ଭ୍ କଲେ ମନ୍ଦିର୍ କବାର୍ ଟା
ଚାଲ୍ଲା ମପା ଯୁଖା ।। ୭
ପଥ୍'ରେ ପଥ୍'ରେ ତିଆରି ହେଲା
ସାତ୍ ବର୍ କସ୍ ଘୁଡା
ହାତୀ ସାଙ୍ଗେ ସାଙ୍ଗେ ଚକା ପାଦ୍ ଭି
ଖୁଦ୍ ଲେ ଗୁମା ଗେଡା ।। ୮
ଚେରେ ଚିର୍'ଗୁନ୍ ପଶୁ, ଯତୁଁ
ଗଛ୍,ଲତା ଆଉ ଫୁଲ୍,ଫଲ୍
କାଣା ଦେଖ୍' ବୁ କହରେ ଭାଇ
ହେଇଥିଲା କେଡେ ଝଲ୍,ମଲ୍ ।। ୯
ଦିଶୁଥିଲା ମନ୍ଦିର ଚଲ୍'ତି ରଥ୍
ଦୌଡି ଯାଉଛେ ବଲ୍ ବୁ
ଦେବତା ବସି ରାଜ୍ ସିଂହାସନେ
ଗହକି ହେଉଛେ ଭାବ୍'ବୁ ।। ୧୦
ଏନ୍ତା ଆକାରେ ଗଢ୍'ଲେ ଦେଉଲ୍
ସୂର୍ଯ୍ୟ ଯେତେ ବେଳେ ଉଦ୍'ଲା
ପହେଲା କିରନ୍ ସୂର୍ଯ୍ୟ ଦେବତା ର୍
ପାଦ୍ ତଳେ ଯାଇ ପଡ୍'ଲା ।। ୧୧
ଧିରେ ବିସ୍ତେଇ ମନ୍ଦିର୍ କାମ୍ ବି
ଅଗ୍ କେ ଚାଲୁ ଥିଲା
ମୁହୂ ଶାଳା ଆଉ ନାଟ୍ ମନ୍ଦିର୍ ଭି
ହେ ଟା ବି ସରି ଗଲା ।। ୧୨
ଇ ସମିଆଁ ନ ରାଜା ଡକାଲେ
ବିଶୁ ବାବୁ କେ ଥରେ
ଏତ୍ କି ବରଶ୍ କାଏଁ କରୁଛୁ
ମନ୍ଦିର ତୁଳା ନୂହେଁ ସରେ ।। ୧୩
ସାତ୍ ଦିନେ ଯଦି ନାଇଁ ସରାବୁ
ନାଇଁ କର ବିପଦ୍ ବରନ୍
ମୁଡ୍ କାଟି କରି ନଏତ୍ ଧାରେ
ନେମି ସମ୍ କର୍ ଜୀବନ୍ ।। ୧୪
ଚେରେଷ୍ଟା କଲେ ସବୁ ବଢେଇ
ଖଣିଆ ହେଉଛେ ଉପର୍ ଚୁଲ୍
ମୁଡେ ହାତ୍ ଦେଇ ଭାବ୍ ଲେ ବସି
ହେଇଛେ କାଏଁ କିଛି ଭୂଲ୍ ? ।। ୧୫
ଇଆଡୁ ମାପନ୍ ସିଆଡୁ ମାପନ୍
ଚାରିହ୍ ତରା ଦେଲେ ସାରି
ଠିକ୍ ତ ଅଛେ ମାପ୍ ଯୋକ୍ ଟା
ଧସ୍ କୁ ଛେ କୁମ୍ଭ୍ କାଏଁ କରି ।। ୧୬
ଗଲା ଗଲା ବେଲେ ମହାରଣା ବାବୁ ର୍
ପୁଓ ଟେ ହେଇ ଥିଲା
ଏନ୍ତା ଦିନେ ସେପିଲା କେ
ବାର ବରଷ୍ ପୁରୁ ଥିଲା ll୧୭
ଧଏଲା ଉଖି ମାଁର୍ ଆଘେ
ବୁଆ କେ ଦେଖ୍ ମି ବୋଲି
ମା କହେଲେ କେନ୍ତା ଜାନ୍'ବେ
ଯା ଧରି ବୁରୋକୁଲି ।। ୧୮
ବୁରୋ ଦେଖ୍ ତେ ପୁଓ କେ ଚିହ୍ନ ଲେ
ଆବ୍ ରି ଧରି କୁଲେ
ଚୁମା,ଚଟା କରି ସୁତ୍ରେ' କହେଲେ
ଆଇଛୁ କେଁ ଦୁଖ୍ ବେଲେ ।। ୧୯
ସକାଲ୍ ପାଏଲେ ମୁଡ୍ ଛେଦ୍ ବା
ଲାଙ୍ଗୁଳା ନରସିଂହ୍ ରଜା
କାହିଁ ଆଏଲୁ ପୁଓ ରେ ତୁଇ
ପାଏମୁ କାଲି ସଜା ।। ୨୦
ସବୁ କଥା ସୁନି ଧରମା ଛୁଆ
କହେଲା ବୁଆ କେ ତାର୍
ହେତେ ଗୁଲି ଘାଁଟି ନାଇଁ ହ ବାପା
କୁମ୍ଭ୍ ହେବା ଆଜି ତିଆର୍।। ୨୧
ଧରମା ଚଢି ମାଏଲା ମୁଣ୍ଡି
ସଭ୍ ଦେଖି କରି କାବା
ଖୁସିର ମାହୋଲ କାଣା ଦେଖ୍ ବୁ
କେତେ ହେଲେ ରଡା ବୁବା ।। ୨୨
ବାରଶ ବଢେଇ ବସାଲେ ସଭା
ବିଶୁ ମହାରଣା କେ ଡାକି
ରଜା ଜାନଲ୍ଲେ କେନ୍ତା ହେବା
କିଏ ହେବା ଆମର୍ ଶାଖି ll୨୩
ଛୁଆ ଗୁଟେ ହେଇ ବସାଲା କୁମ୍ଭ୍
ରଜା ଇଟା ସିଓର୍ ଜାନ୍ ବା
ହିନିସ୍ଥା କରି. ୧୨ଶ ବଢେଇ କୁ
ବେଁକ୍ ଛେଦି ଛେଦି ହାନ୍ ବା ll୨୪
ହାଏରେ ବିଶୁ ନିଏ କର୍
କିଏ ଦିଶୁଛେ ଆଖିଁ
ପୁଓ କେ ଦେଖ୍'ବୁ କି ଆମ୍ କୁ ଦେଖ୍'ବୁ
ଜଲ୍ ଦି କହ ବାକି ll୨୫
ମାଁ କେ କହେବ.......
ଯାତିର୍ ଲାଗି ଜିବନ୍ ଦେଲା
ତାର୍ ଧରମା ପିଲା
ଛାତି ଫୁଲେଇ ଗରବ୍ କର୍ ବା
ନାଇଁ ହେବା ଗୁଲ୍ ଗୁଲା ll୨୬
ଭର୍'କୋ କରି ଚଢ୍'ଲା ଶିଖ୍ କେ
ସବୁ ଶୁନି ଜାନି ଜାନି
ନଏଦ୍ ଭିତର୍ କେ ଝପେଇଁ ହେଲା
ବୁଡିଗଲା ଅତାଲ୍ ପାନି ll୨୭
ଧଏନ୍ ଧଏନ୍ ତାର୍ ମହାନ୍ ତ୍ୟାଗ୍ କେ
ଆଉ କେତେ ବଳିଦାନ୍
ନିଜେ ମରି କରି ବଚାଁଲା ସଭ୍ କେ
ରଖ୍'ଲା ସମ୍'କର୍ ମାନ୍ ।। ୨୮
