STORYMIRROR

Prahallad Sahoo

Abstract Children Stories Classics

3  

Prahallad Sahoo

Abstract Children Stories Classics

ଧୂଳି ଖେଳ

ଧୂଳି ଖେଳ

2 mins
209

ଇଞ୍ଚିଡି ମିଞ୍ଚିଡି ଧାଇଁ ଚିଡି ଚିଡି କଇଁଚି କାକୁଡି ପିତା ନଳିତା

ଫେରିଆ ରେ ମୋ ପିଲା ବେଳ ଧୂଳି ଖେଳ 

ତୋ ବିନା ସବୁ ଲାଗେ ଆଜି ଏକା ଏକା......!

ମନେପଡିଗଲେ ଅତୀତର ସେ ଅଭୁଲା ସ୍ମୃତି

ପାଗଳ ହୁଏ ମୁଁ ସେଦିନର କଥା ଭାବି ଭାବି।

ବୋହୁଚୋରି, ମିଛି ମିଛିକା କଣ୍ଢେଇ ବାହାଘର

ଟୁଆଁଟୁଇଁ କାହାଣୀ ମିଛେ ଝିଅ ଯିବ ଶାଶୁଘର।

କେତେ ଯତନେ ମା କରିଥାଏ ପୁରଦିଆ ମଣ୍ଡାପିଠା

ପଢୁଆଁ ଅଷ୍ଟମୀରେ ମନ ଭରିଯାଏ ପିନ୍ଧି ନୂଆଲୁଗା।

କ୍ଷେତ ଖଳିଆନ ଭରା ପାଳ ଗଦା ମେଞ୍ଚା ମେଞ୍ଚା

ଅଭୁଲା ସେ ଲୁଚକାଳି ଖେଳ ମନେ ନଥାଏ ଦକା।

ଇଞ୍ଚିଡି ମିଞ୍ଚିଡି ଧାଇଁ ଚିଡି ଚିଡି କଇଁଚି କାକୁଡି ପିତା ନଳିତା

ଫେରିଆ ରେ ମୋ ପିଲା ବେଳ ଧୂଳି ଖେଳ 

ତୋ ବିନା ସବୁ ଲାଗେ ଆଜି ଏକା ଏକା......!

ଶାମ୍ବ ଦଶମୀର ମା ବାଢି ଥାଏ ସରୁ ଚକୁଳି ଓ ମିଠା

ନିଦରୁ ଉଠି ଖାଇବ କୁମ୍ଭକର୍ଣ୍ଣ ନ'ତିଅଣ ପାଂଚଭଜା।

ରଜ ପର୍ବଟି ସବୁଠୁ ସୁନ୍ଦର ଗାଆଁ ଦାଣ୍ଡ କମ୍ପୁଥାଇ

ଅଣ୍ଡା ଠାରୁ ଭେଣ୍ଡା ଖୁସି ଘରେ ଘରେ ଝିଅ ଜୋଇଁ।

ବାଗୁଡି, କବାଡି, ଦାଣ୍ଡିଆ ଇଏ ତ ଦାଣ୍ଡର ଖେଳ

ଲୁଡୁ, ତାସ, ଚେସରେ କଟିଯାଏ ଅଭୁଲା ବେଳ।

ଗାଆଁ ଠାକୁରାଣୀ ପିଠରେ ଉଡାଣ, ଅଗ୍ନି ପରୀକ୍ଷ।

ଦେହରେ କଣ୍ଟା ଫୁଟେଇ ନିଆଁରେ ନାଚନ୍ତି ପାଟୁଆ।

ଇଞ୍ଚିଡି ମିଞ୍ଚିଡି ଧାଇଁ ଚିଡି ଚିଡି କଇଁଚି କାକୁଡି ପିତା ନଳିତା

ଫେରିଆ ରେ ମୋ ପିଲା ବେଳ ଧୂଳି ଖେଳ 

ତୋ ବିନା ସବୁ ଲାଗେ ଆଜି ଏକା ଏକା......!

ଶରତରେ ପୂଜା କରୁ ବିଦ୍ୟାଦାୟିନୀ ମାଆ ସରସ୍ବତୀ

ଡ୍ରାମା, ଏକକ ଅଭିନୟ, ସଙ୍ଗୀତରେ ବେଳ ଯାଏ ବିତି।

ପନ୍ଦର ଅଗଷ୍ଟ ସ୍ବାଧୀନତା ଦିବସ ଭୁଲିହେବକି କେବେ

ହାତେ ତ୍ରିରଙ୍ଗା ମୁଖେ ଜାତୀୟ ସଙ୍ଗୀତ ଗାଆନ୍ତି ସର୍ବେ।

ଗୁରୁଦିବସରେ ଗୁରୁଙ୍କ ପୂଜାକରି ଲଭିଛୁ ଆଶୀର୍ବାଦ

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଯେ ମହେଶ, ଗୁରୁଦେବ।

ରାତିସାରା ନିଦ ହୁଏନାହିଁ ସକାଳକୁ ଗଣେଷ ପୂଜା

ବଡିଭୋରରୁ ଉଠି ଫୁଲ ତୋଳିବାରେ ଆସେ ମଜା।

ଇଞ୍ଚିଡି ମିଞ୍ଚିଡି ଧାଇଁ ଚିଡି ଚିଡି କଇଁଚି କାକୁଡି ପିତା ନଳିତା

ଫେରିଆ ରେ ମୋ ପିଲା ବେଳ ଧୂଳି ଖେଳ 

ତୋ ବିନା ସବୁ ଲାଗେ ଆଜି ଏକା ଏକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract