STORYMIRROR

Arjuni charan Behera

Others Children

3  

Arjuni charan Behera

Others Children

ଓଡ଼ିଆ ବର୍ଣ୍ଣମାଳାକୁ ନେଇ ଗୀତ

ଓଡ଼ିଆ ବର୍ଣ୍ଣମାଳାକୁ ନେଇ ଗୀତ

2 mins
1K


ଅ - ଅର୍ଜୁନ ଶୁଣିଲେ ଗୀତା,

ଆ - ଆତୁରେ ଡାକିଲେ ପାଞ୍ଚାଳ ସୂତା ଲୋ

ଇ - ଈଶ୍ୱର ଶ୍ରୋତା ବକତା l


ଈ - ଇଞ୍ଚୁଡ଼ିର ସତ୍ୟାଗ୍ରହ,

ଉ - ଉତ୍ତର ଦେଲେ ମୋ ଓଡ଼ିଆ ପୁଅ ଲୋ,

ଊ - ଊରୁ ଭାଙ୍ଗେ କୁନ୍ତୀପୁଅ l


ଋ - ଋଣ କରି ଘିଅ ନ ଖା ,

ୠ- ଋଣ ସୁଝି ମଲା ସୃପାଣନଖା ଲୋ , 

ଏ - ଏକଥା ପୁରାଣେ ଲେଖା

ଐ - ଐର ଖାରବେଳ କିର୍ତ୍ତୀ,

ଓ - ଓଡ଼ିଶାରେ ଖଣ୍ଡଗିରି ଗୁମ୍ଫାଟି ଲୋ

ଔ - ଔଷଧି ବ୍ୟାଧି ନାଶନ୍ତି l


କ - କମଳିନୀ ସିନ୍ଧୁ ସୂତା

ଖ - ଖଟିଥାନ୍ତି ପ୍ରଭୁ ବିଶ୍ୱ ଦେବତା ଲୋ

     ପଦେ ତାଙ୍କ ଲଗା ଚିନ୍ତା l


ଗ - ଗଇଁଠା ଖାଇଲା ଭାଲୁ,

ଘ - ଘନିଆ ତୁ ଗୋଟେ ନିପଟ ଓଲୁ ରେ

ଙ - ଉପରେ ବସିବ ଦାଲୁ l


ଚ - ଚଉଁରାରେ ଦେଲି ପାଣି

ଛ - ଛନ୍ଦରେ ଛନ୍ଧିଲା ନନ୍ଦଙ୍କ ରାଣୀ ଲୋ

ଜ - ଜଗନ୍ନାଥ ବେଣୁପାଣି l


ଝ - ଝରଣାର ସଫା ଜଳ, 

ଞ - ଅଞ୍ଜଳିରେ ଅର୍ଘ୍ୟ ଦିଅ ସଅଳ ଲୋ

ଟ - ଟାଉଟରିଆଙ୍କ ମେଳ l


ଠ - ଠକ ଠକ କରୁ କିଆଁ,

ଡ - ଡକା ପାଡ଼ୁ କେତେ ହୋଇ ଛାନିଆଁ ଲୋ

ଢ - ଢକ୍କା ବାଜେ ଢାଆଁ ଢାଆଁ l


ଣ - ନମେ ନୃସିଂହ ଚରଣ,

ତ - ତରଭର ହୋଇ ଚାଳ ଚରଣ ଲୋ

ଥ - ଥକ୍କା ହୋଇଲାଣି ପ୍ରାଣ l


ଦ - ଦୟାନିଧି ବନମାଳି,

ଧ - ଧନ ମୋର ଅଟେ ଗଳାର ମାଳି ଲୋ

ନ - ନମି କରେ ନିଉଛାଳି l


ପ - ପଦ୍ମ ଯାଏ ଘୁଞ୍ଚି ଘୁଞ୍ଚି,

ଫ - ଫଳ ହେଲା ଯାହା ମୁହିଁ ବୁଝିଛି ଲୋ

ବ - ବିରଞ୍ଚି ମୋତେ କହିଛି l


ଭ - ଭଅଁର ଖୋଳିଲା ଗାତ,

ମ - ମଦନ ମୋହନ ମୋର ସଙ୍ଗାତ ଲୋ

ଯ - ଯମ ହୁଡ଼ିଯିବ ବାଟ l


ର - ରଖିଥା ମନରେ ଧ୍ୟାନ,

ଳ - ଲମ୍ବୋଦର ସେହି ବିଘ୍ନ ନାଶନ ଲୋ

ୱ - ଵରଦାୟୀ ଗଜାନନ l


ଶ - ଶଙ୍କର ଗଉରୀ ଭଜ,

ଷ - ଷଢାନନ ତାଙ୍କ ନିଜ ଆତ୍ମଜ ଲୋ,

ସ - ସଂଶୟ ମନରୁ ତେଜ l


ହ - ହଳାୟୁଧ ତାଙ୍କ ଭାଈ,

କ୍ଷ - କ୍ଷମାନିଧି ପ୍ରଭୁ ଜଗତ ସାଇଁ ଲୋ

ଲ - ଲୟ ଲଗା ପାଦ ଧ୍ୟାୟି l

            

               

   


Rate this content
Log in