ଆଜିର ଶିଶୁ ଏବଂ ମୋବାଇଲ
ଆଜିର ଶିଶୁ ଏବଂ ମୋବାଇଲ
ଜନ୍ମ ହୋଇ ଶିଶୁଟିଏ ଦେଇଧାଏ ଖୁସି
କେତେ ଯତନରେ କେତେ ଆଦରରେ ପାଳିଥାନ୍ତି
ବାପା ମା ହୋଇ ଖୁସୀ !
ତାହାରି ଭୁଲ, ତାହାରି ଅଝଟ ଦେଖିଲେ
ମା ଦିଏ ନୂଆ ନୂଆ ଶିକ୍ଷା
ହେଲେ ବୁଝି ପାରେନା ସେ ଅମାନିଆ ହୋଇ !
ବାପାଙ୍କ ମାଡ଼ରୁ ବଞ୍ଚାଏ କଲେ ଦୁଷ୍ଟ କାମ
ଜଗି ରଖିଥାଏ ତାର ସ୍ୟାସ୍ଥ୍ୟ, ଦେହ, ଆଖପାଖ
ହେଲେ କାହିଁ ସେ ବୁଝିବ ମାଆଙ୍କ କଷ୍ଟ !
ବିଦ୍ୟା ଅଟେ ମହଧାନ କର ବାଳକେ ଉପାର୍ଜନ
ସାଙ୍ଗ ସାଥୀ ମେଳେ ପଡ଼ି କରିଥାଏ କୀର୍ତ୍ତି !
ବାପା ମାଆ ଦୁହେଁ ମିଶି ଦେଖୁଥାନ୍ତି ସପ୍ନ
ପାଠ ପଡ଼ାରେ ପୁଅ ଝିଅ ହୋଇଯିବେ ମଗ୍ନ
ହେଲେ କାହିଁ କେତେ ଦୂର ସତ୍ୟ ହେବ ସେଇ ସପ୍ନ !
ମଧୁବାବୁ ପାଣି କାଦୁଅରେ ପଡ଼ି ଯାଇଥିଲେ ଚାଟ
କିନ୍ତୁ ଏଠି ଗାଡ଼ିରେ ବସି ସ୍କୁଲ ଯିବା ଭାରି କଷ୍ଟ ,!
ଅତି ଆତୁରରେ ଶିଶୁଟିଏ କରିଥାଏ ଗୁହାରୀ
କିଣି ଆଣ ମୋପାଇଁ ଖଣ୍ଡେ ମୋବାଇଲି !
ସେହି ମୋବାଇଲି ରେ ଅଛି ସବୁ ପ୍ରଶ୍ନ ର ଉତ୍ତର
ତାପରେ ରଖିବି ଶେଣୀରେ ଭଲ ନମ୍ବର !
ବାପା ମାଆ ଏହା ଶୁଣି ହୋଇ କରଜଧାର
ଭାବନ୍ତି ପୁଅ ଝିଅ ପାଠ ପଡ଼ି କରିବେ ଉଧାର !
ଭାରୀ ଆଶା,ଆକ୍ଷଙ୍କା ନେଇ
ନ ବୁଝି, ନ ସୁଝି ଦିଅନ୍ତି ଗେଲ୍ଲା ରେ ଉପହାର !
ତାପରେ ଶିଶୁଟି smart phone ପାଇ
free fire, pubg, ଖେଳେ ଅତି ଆନନ୍ଦରେ !
ନ ଖୋଲି ଖାତା ବହି କରେ ମିଛ ଅଭିନୟ
କହେ ମୋବାଇ ରେ ପଡ଼ି ହେବି ବଡ officer !
ପାଠ୍ୟ ପୁସ୍ତକ ର Notes ବତାଇ
ସବୁ ବେଳେ ବସେ ମୋବାଇଲ କୁ ଅନାଇ !
ମିଛଠାରେ ଖାତା ବହି ଖୋଲି
instagram, whatsapp ରେ ଖେଳୁ ଥାଏ ଦୋଳି !
ପାଠ ପଢା ନାମରେ ସେ ମୋବାଇଲ ଖେଳେ
ମିଛ ଧରା ପଡିଲେ ବହୁ କଥା କହି ଚାଲେ !
ପାଠ, ଚାଟ ନ ହୁଏ ତାହାର
ଏଠି ସାଜି ଯାହାନ୍ତି ଶତ୍ରୁ ବାପା ମାଆ ତାହାର !
ଗାଲିଲିଓ, ଅଇନଷ୍ଟାଇନ, ନିଉଟନ ବୈଜ୍ଞାନିକମାନେ
ବିଜ୍ଞାନ ପାଇ ନିଜ ଜୀଵନ ଉସର୍ଗ କଲେ !
ଶୁଣ ଶିଶୁଗଣ ମୋବାଇଲ ର କର ସତ ଉପଯୋଗ
ନହେଲେ ହୋଇବ ଜୀବନ ବେକାର !
ଆଜିକାଲି ଆସୁଅଛି ସମ୍ବାଦ ରେ ବାତ୍ୟ
ମୋବାଇଲ ପାଇଁ ଜନ୍ମ ଦେବା ମାଆଙ୍କୁ କରିଲା ହତ୍ୟା ! ଆହାକି କଳିଯୁଗର ସମୟ
ଯେଉଁ ମାଟିରେ ଶ୍ରବଣ କୁମାର ଭଳି ପୁତ୍ରର ଜନମ !
ଭୀଷ୍ମ ଭଳି ପୁତ୍ର, ଏକଲବ୍ୟ ଭଳି ଶିଷ୍ୟ
ମୋ ସଭ୍ୟତା, ମୋ ସଂସ୍କୃତି,ସାରା ବିଶ୍ୱାସ ବିଖ୍ୟାତ !
ଶୁଣ ଛାତ୍ର ଛାତ୍ରୀ ଗଣ ନକର ମାତୃ ପିତୃ ଦିବସ ପାଳନ
ମୋବାଇଲ ରୂପି ରାକ୍ଷସ ଠାରୁ ଦୁରେଇ ରହି କର ଚଳନ!
