ସ୍ୱାର୍ଥପରତା ନିମନ୍ତେ ଲାଗିବାକି
ସ୍ୱାର୍ଥପରତା ନିମନ୍ତେ ଲାଗିବାକି
ମିଛ ମାୟା ସଂସାରରେ,
ମିଛରେ ବୁଡିଛୁ ମନରେ,
ମିଛେ ଧାଉଁଚୁ ମରୀଚିକା ପଛରେ,
ସତ୍ୟରେ ହେଉ,
ତ୍ରେତୟାରେ ହେଉ,
ଅବା ଦ୍ୱାପରରେ ହେଉ,
ଜାତି ଧର୍ମ ରାଜଗାଦୀ ଓ ଆଧିପତ୍ୟ
ନିମନ୍ତେ ସମସ୍ତେ ସ୍ୱାର୍ଥରେ।
ଯୁବକ, କୃଷକ, ଶ୍ରମିକ ସମସ୍ତେ ବେକାର ଆଜି,
ସୁବାଷର ଦେଶେ କି ପାଇଁ ହଜିଛି ହସ ଆଜି,
ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ପରେ
କାହିଁକି ପରାଧୀନ ନିଜକୁ ମଣନ୍ତି
ନେତା ମନ୍ତ୍ରୀ ଗଣ ନିଜକୁ ଧନ୍ୟ ମଣନ୍ତି
ଅମୃତ ମହୋତ୍ସବ ପାଳନ୍ତି,
ତାହାକୁ ତ ଆମେ ପାଳିଲେ,
ଘରେ ଘରେ ଜାତୀୟ ପତାକା ଉଡାଇଲେ,
କିଆଁ ପ୍ରଶ୍ନ ଆସୁଛି ହେବେ କି ଲୋକ ଆମ ସ୍ଵାଧୀନ
ଯୁବକ କୃଷକ ଶ୍ରମିକ ପାଇବେ କି କର୍ମ ସଂସ୍ଥାନ ?
ଯୁବକ, କୃଷକ, ଶ୍ରମିକ ସମସ୍ତେ ବେକାର ଆଜି,
ସୁବାଷର ଦେଶେ କି ପାଇଁ ହସ ଯାଇଛି ହଜି,
ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ପରେ
କାହିଁକି ପରାଧୀନ ନିଜକୁ ମଣନ୍ତି,
ନେତା ମନ୍ତ୍ରୀ ଗଣ ନିଜକୁ ଧନ୍ୟ ମଣନ୍ତି,
ଅମୃତ ମହୋତ୍ସବ ପାଳନ୍ତି,
ତାହାକୁ ତ ଆମେ ପାଳିଲେ,
ଘରେ ଘରେ ଜାତୀୟ ପତାକା ଉଡାଇଲେ,
ସତରେ ହେବେ କି ଲୋକେ ଅର୍ଥନୈତିକ ସ୍ଵାଧୀନ
ଯୁବକ କୃଷକ ଶ୍ରମିକ ପାଇବେ କି କର୍ମ ସଂସ୍ଥାନ ?
ରାଜନୀତିରେ ଗୋଷ୍ଠୀ କନ୍ଦଳ,
ବିଶ୍ୱ ବଜାରରେ ମୁଦ୍ରାର ଶକ୍ତି ପ୍ରଦର୍ଶନ,
ଧର୍ମ ତଥା ସମ୍ପର୍କ କୁ ଦ୍ୱାହି ଦେଇ ଆକ୍ରମଣ,
ଆତଙ୍କକୁ ନେଇ ଜନତା ଭୟଭୀତ,
ଖଟିଖିଆ ଗରିବକୁ ଲୁଣ୍ଠନ କରି,
ଧନୀକ ଗୋଷ୍ଠୀ ନିଜ କୋଠାରେ,
ରହନ୍ତି ଶାନ୍ତିରେ,
ଗରିବଙ୍କୁ ଶୋଷଣ କରି ଚାଲିଛନ୍ତି,
ଗଢିବାକୁ ବହୁତ ସମୟ ଲାଗେ,
ଧ୍ୱଂସ କରିବାକୁ କିଛି ସମୟ,
ଶାସକ ଲାଗିଥାଏ ଆତଙ୍କବାଦ ଓ
ବିଶ୍ୱ ଆତଙ୍କ ସୃଷ୍ଟି କରିବାରେ,
ମତାନ୍ଧ, ଅମୃତ ସେନେହ ବାଣ୍ଟିବା
ଆତଙ୍କ ଛାଡି ପ୍ରେମକୁ ବାଣ୍ଟିବା,
ଜାଣିବ କୁଆଡୁ।
ସଂସାରରେ ମିଛ ଓ ସତର ଖେଳ
ସତ କଅଣ ମିଛ କଅଣ
ଚିହ୍ନିଲା ବେଳକୁ
ସରିଯିବ ଖେଳ,
ମହଙ୍ଗା ଦୁନିଆ,
ଶ୍ରମ ଏକା ଶସ୍ତା
ଦେଉଥିବୁ ଶ୍ରମ,
ଦୁନିଆଁ କହିବ ଭଲ,
ସୁଖ ବେଳେ ସାଥୀ,
ଦୁଃଖେ ନ ମିଳନ୍ତି।
ଗରିବ ପାଏନା ଶ୍ରମର ମୂଲ,
ନ୍ୟାୟର ନିକିତି ସାଜିଛି,
ଶ୍ରମର ମୂଲ୍ୟକୁ କିଏ ଜାଣୁଛି,
ଜୀଵନ ଏହିପରି ଘଣ୍ଟାର ଟିକ୍ ଟିକ୍ ପରି,
ବିତି ଚାଲିଛି।।।
କାଲି କାମ ପାଇଁ ତୁ।।
ପୁଂଜି ପାଇଁ,
ଚାରିପଟେ ରକ୍ତମୁଖା ବ୍ୟାଘ୍ର,
ଡ଼ାହାଳ କୁକୁର,
ବିଷଧର ସର୍ପ,
ଚାରିଆଡେ଼ ସ୍ୱାର୍ଥର ବହ୍ନି,
ଦୁଃଖ ସୁଖ କାହାକୁ ବାଣ୍ଟିବି ?
ଲୋକେ ପଚାରନ୍ତି ଗଛ ଆଗ କି ମଞ୍ଜି ଆଗ??
ପୁଂଜି ଆଗ ନା ଶ୍ରମ ଆଗ ?
ବହୁତ କଠିନ ଗଣିତ, ହଁ କି ନା??
ଜୀବନ ଏକ ଗଣିତ,
ଖାଲି ପରୀକ୍ଷା ଓ ପରୀକ୍ଷା,
ନାହିଁତ ଆଶା
ଗରିବର ସାହା ଭରସାଶେଷେ ଇଶ୍ୱର ଭରସା ।
ସରକାରୀ ସଂସ୍ଥା ବେସରକାରୀ ସଂସ୍ଥା ହାତେ
ଟେକା ଚାଲିଛି
ଠିକା ନିଯୁକ୍ତିରେ ଦେଶ ଚାଲୁଛି,
ନାରା ପରେ ନାରା ଖାଲି ଦିଆ ଚାଲିଛି,
ପ୍ରଗତି ଓ ବିକାଶର ଡିଣ୍ଡିମ ପିଟା ଚାଲିଛି,
ସେବା ଓ ତ୍ୟାଗକୁ ମଣିଷ ଭୁଲିଛି,
ସତରେ ଆମ ଜୀବନ ଜୀବିକା
ପୁଞ୍ଜିପତି ଉଦ୍ୟୋଗପତିଙ୍କ ପାଶେ ବନ୍ଧା ପଡ଼ିଛି ।
ହୋଇଛି ସ୍ଵାଧୀନ ମୋ ଭାରତ
ମୁଁ ନୁହେଁ ଏକା କହିବାକୁ
ସତ କଥା, ରଖିବାକୁ ମଣିଷ ଜାତିର ମାନ ଓ ମହତ୍ତ୍ଵ,
ଅନେକ ବୁଦ୍ଧିଜୀବି ହୁଅନ୍ତି ଚିନ୍ତିତ ।
ମୁଁ ତ ନୁହେଁ ଏକା,
କୋଟି କୋଟି ଜନ ଗଣ ମନେ ହୁଏ ପ୍ରଶ୍ନ ଉତ୍ଥାପନ,
ହଟିବ କି ଦେଶୁ ଦାରିଦ୍ର୍ୟତା, ନିରକ୍ଷରତା
ନାରୀ ନିର୍ଯ୍ୟାତନା, ଧର୍ଷଣ,
ଗରିବ ଉପରେ ଲାଞ୍ଛନା, ଶୋଷଣ ଓ ଲୁଣ୍ଠନ ?
ହୋଇଛି ସ୍ଵାଧୀନ ମୋ ଭାରତ,
ମୁଁ ନୁହେଁ ଏକା କହିବାକୁ
ସତ କଥା,
ରଖିବାକୁ ମଣିଷ ଜାତିର ମାନ ଓ ମହତ୍ତ୍ଵ,
ଅନେକ ବୁଦ୍ଧିଜୀବି ହୁଅନ୍ତି ଚିନ୍ତିତ,
ଦେଶ ପ୍ରୀତି କଥା କହନ୍ତି ଛାତ୍ର ଯୁବକ
ହୋଇ ସଂଗଠିତ,
ଗଢ଼ିବାକୁ ଚେଷ୍ଟା କରନ୍ତି ସୁନାର ଭାରତ,
ଗଢ଼ିବାକୁ ଦୁର୍ନୀତି ମୁକ୍ତ ଭାରତ,
କିନ୍ତୁ ପୁଂଜିପତିର କୁଟିଳ ନୀତିରେ
ସମସ୍ତେ ତ ହୋଇଛେ ବିଭକ୍ତ ।
ଭାବି ପାରନ୍ତି ମୁଁ ଏକ ପାଗଳ,
ଦେଶ କଥା କହୁଛି,
ପରିବେଶ କଥା କହୁଛି,
ଜୀବନ ଜୀବିକା କଥା କହୁଛି,
ଦେଶର ଅର୍ଥନୈତିକ,
ସାମାଜିକ, ରାଜନୈତିକ ସ୍ଥିତି କଥା କହୁଛି,
ଶିକ୍ଷା ସ୍ଵାସ୍ଥ୍ୟ ବ୍ୟବସ୍ଥା କଥା କହୁଛି,
ଶାସନ ପ୍ରଶାସନ ବ୍ୟବସ୍ଥା କଥା କହୁଛି,
ମୋ ଦେଶର କୃଷି କୃଷକ ଓ ଶ୍ରମିକଙ୍କ କଥା କହୁଛି,
ନାରୀ ନିର୍ଯ୍ୟାତନା କଥା କହୁଛି,
ସାମ୍ୟବାଦ ଓ ସମତା ମମତା ସପକ୍ଷରେ କହୁଛି,
ଏଇଟା କିଛି ନୂଆ ନୂହେଁ,
ଘରୋଇକରଣ କୁ ପ୍ରାଧାନ୍ୟ ଯିଏ ଦିଏ,
ଛାତ୍ର ଯୁବକ ବିଶୃଙ୍ଖଳିତ ନିଶାଖୋର ହେବାକୁ ଦିଏ ଯିଏ,
ସେବା ଓ ତ୍ୟାଗକୁ ଭୁଲିଛି ଯିଏ,
ସଂସ୍କାର ନାମେ ଆମ ଜୀବନ ଜୀବିକାକୁ
ପୁଞ୍ଜିପତି ଉଦ୍ୟୋଗପତିଙ୍କ ପାଶେ ବନ୍ଧା ପକାଏ ଯିଏ,
ସେମାନଙ୍କୁ ପାଗଳାମି ମନେହେବ,
ଏହା ନୂଆ କଥା କିଛି ନୂହେଁ ।
