ରଜ ସଂକ୍ରାନ୍ତି
ରଜ ସଂକ୍ରାନ୍ତି
ମହକ ଭରି ଆଷାଢ଼ ମାସରେ ରଜ
ସଂକ୍ରାନ୍ତି ତ ଆସିଥାଏ
ଚଉଦିଗରେ ଖେଳୁଥିବା ଶୀତଳ ପବନ
ମନରେ ଆନନ୍ଦ ଭରିଦିଏ l୧l
କୃଷି ଭିତ୍ତିକ ଅଟେ ଏ ପରବ କିଛି ଦିନ
କାମ ଦାମ ବନ୍ଦ ହେବା ପାଇଁ
ପ୍ରଥା ଅଛି ମାତା ବସୁମତୀ ରଜସ୍ୱଳା
ହୁଅନ୍ତି ଏହି କିଛି ଦିନ ପାଇଁ l୨l
ବରଷକ ଥରେ ପରା ଆସଇ ଆମ
ପରବ ଏହି ରଜ
ଗାଁର ସବୁ ଭଉଣୀ କେତେ କେତେ
ରକମର ହୁଅନ୍ତି ସଜ l୩l
ଧନୀରୁ ଗରୀବ ରଜ ପାଳି ଥାନ୍ତି
ନଥାଏ ଭେଦଭାବର ଭାବନା
ଖୁସି ମନାଇବା ଏକାଠି ଖାଇବା ରଜ
ପାଳିବା ନିଶାଥାଏ ସିନା l ୪l
ଓଡି଼ଆ ଐତିହ୍ୟ ଓ ପରମ୍ପରା ପଛେ
ଅଛି ଶ୍ରେଷ୍ଠ ଦର୍ଶନ,
ପର୍ବ ନାମରେ ସରବେ ଭାବ ବିନିମୟ
କର୍ମ କରନ୍ତି ସମ୍ପାଦନ l ୫l
ରଜ ପାନଟି ସୁମିଷ୍ଟ, ଗୁଆ ଗୁଜୁରାତି
ଅଳେଇଚ ଆଦି ବାର ମସଲା ମିଶେଇ
ଆତ୍ମୀୟ, ବନ୍ଧୁବାନ୍ଧବ, ଅତିଥିଙ୍କୁ ଅର୍ପି
ଥାଏ ରଜ ପାନ ଝିଅଟିଏ ଘରେ ଥାଇ l ୬l
ରଜ ପାନ ବଣ୍ଟାବଣ୍ଚି ପ୍ରତୀକ ରୂପରେ
ସୁସମ୍ପର୍କ କରେ ରକ୍ଷା ,
ସରବେ ସ୍ନେହ ଶ୍ରଦ୍ଧା ଘନିଷ୍ଠ ସମ୍ପର୍କରେ
ବାନ୍ଧନ୍ତି ହୋଇ ଦେଖା l ୭l
ଘରେ ଘରେ ବାସନା ଆସୁଥିଲା
ଚକୁଳି ପିଠାର
ପୋଡ଼ପିଠା ଖାଇ ମଜା ଆସେ ନୂଆ
ପୋଷାକ ପିନ୍ଧା ପିନ୍ଧି କରିବାର l ୮l
ଅଳତା ସିନ୍ଦୂର ନାଇ, ହସ ହସ
ରଖି ମନ ମଧ୍ୟରେ
ବଉଳ ସଙ୍ଗାତ ଯେତେ ହେଉ ଥିଲେ
ଏକାଠି ଗାଁ ଭିତରେ l ୯l
ପ୍ରଥମ ଦିନଟି ପହିଲି ରଜ ସର୍ବେ
ହୋଇ ଥାନ୍ତି ସଜବାଜ
ଦ୍ୱିତୀୟ ଦିନଟି ରଜ ସଂକ୍ରାନ୍ତି ସର୍ବେ
କରନ୍ତି ମଉଜ ମାଉଜ l ୧୦l
ତୃତୀୟ ଦିନଟି ଭୂମି ଦାହ ଅଟେ
ଅଗ୍ନି ତ ଜଳେନା ରାତ୍ରିରେ
ଚତୁର୍ଥ ଦିନରେ ବସୁମତୀ ସ୍ନାନ ପରେ
କୃଷକ ଚାଷବାସ କରେ ଲଙ୍ଗଳରେ l୧୧l
ଗ୍ରାମରେ ପ୍ରତି ଆମ୍ବ ଗଛରେ ଭରି ରହି
ଥିଲା କେତେ କେତେ ଡାଳ
ରଜପାନ ଖାଇ, ସରବେ ଆନନ୍ଦେ ଖେଳୁଣ
ଥିଲେ ରଜ ଦୋଳି ଖେଳ l୧୨l
ରାଗ ଋଷା ଯାଉଥିଲେ ସେଦିନରେ
ସର୍ବେ ଭୂଲି
ସଭିଙ୍କ ମୁଖେ ହସ ଫୁଟେ, ଆଜି ଅଛେ
ନଥିବା କାଲି l୧୨l
ଗଣପର୍ବ ରଜ ମଉଜରେ ମନ ପରା
ହୋଇଥାଏ ଭାବମୟ,
ସେ ଭାବକୁ ବାଣ୍ଟି ଆତ୍ମୀୟ ସ୍ବଜନରେ
ହୃଦୟକୁ କରୁଥିଲେ ଜୟ l୧୩l
ତେଣୁ ଲୋକ ଗୀତ ମନ ଭରିଥିଲା
ବନସ୍ତରେ ଡାକିଲା ଗଜ
ସମସ୍ତଂକ ମନ କିଣି ପାରିଥିଲା ଏହି
ରଜ ସଜ ବାଜ l୧୪l
ସ୍ୱାର୍ଥ ସର୍ବସ୍ୱ ସମାଜରେ କଥା ଭାଷା
ଚାଲି ଚଳଣି
ସରଳ ଓ ମିଠା ଭାଷା ଏବେ ଉଭେଇ
ତ ଗଲାଣି l୧୫l
ବର୍ଷା ଠିକ ସମୟେ ହେବା ନାହିଁ
ଆଜିର ଅନୁଭବ,
ରଜ ଆଣେ କି ରଙ୍ଗ ତାହା କାହୁଁ
ମଣିଷ ଜାଣିବ l୧୬l
ଆମେ ଅଛୁ କପଟ ବେଶେ ଛଳନାର
ମୁଖା ପିନ୍ଧି,
ପୁଂଜିର ପ୍ରଭାବେ ସ୍ୱାର୍ଥାନ୍ଧେ ଆଖିରେ
ଦେଇଛୁ ପଟିବାନ୍ଧି l୧୭l
ରାତିକରେ କୋଟିପତି ଲକ୍ଷ୍ୟରେ ମନୁଷ୍ୟ
ତ ରଖିଛି ଧ୍ୟାନ
ଦିନକୁ ଦିନ ଏଠି ମାନବିକତା ତ ହୋଇ
ଯାଉଛି କ୍ଷୀଣ l୧୮l
ବନ ତ ନାହିଁ ବନସ୍ତରେ ଗଜ ଡାକ
ଆଉ କାହୁଁ ଆସିବ
ସଜବାଜ ସବୁ ଉଭେଇ ଗଲାଣି
ମଉଜ କାହୁଁ ଆସିବ l୧୯l
ରଜ ଖିଲିପାନ ପିଠା ପଣା ମାନ
ଦୋଳି-ଝୁଲଣର ମଜା,
ଉଭେଇ ଗଲାଣି ମଣିଷ ମନରୁ
ରଜ ପର୍ବ ଏବେ ପଡ଼ୁନି ଖୋଜା l୨୦l
