STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଦୁର୍ନୀତିର ଅନ୍ଧାର ରାତି ପାହୁନି

ଦୁର୍ନୀତିର ଅନ୍ଧାର ରାତି ପାହୁନି

2 mins
129


ଏଇ ମୋ ଉତ୍କଳ ଭୂଇଁ, ନାହିଁ ଅନ୍ୟଠି କେଉଁଠି

ସପ୍ତାଶ୍ଚର୍ଯ୍ୟ କୋଣାର୍କର ସମ

ଅଟେ ମୋ ଓଡିଶା ମନ୍ଦିର ମାଳିନୀ ଭୂଇଁ, ବିରଜା

ପୀଠ, ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଧାମ ।


ଏ ମାଟିରେ ପାଇବା ବ୍ରାହ୍ମଣୀ, ଦୟା, ଧାମରା, 

ବୈତରଣୀ ଓ ମହାନଦୀ

ଭାର୍ଗବୀ, ରୁଷିକୂଲ୍ୟା, କୋଲାବ, ନାଗାବଳୀ ଓ

ସୁବର୍ଣ୍ଣରେଖା ଆଦି ନଦ ନଦୀ ।


ଅଫୁରନ୍ତ ଆବେଗରେ ବହି ଯାଏ କେତେ ନଦ 

ନଦୀ ମିଶିବା ପାଇଁ ସାଗର ଭିତର

ଚିଲିକା ପାଇଁ ଆମେ ସମସ୍ତେ ଗର୍ବିତ, ପାଉଛେ 

ସଦା ସର୍ବଦା ସଲିଳ ସାଗରର ।


ସରଳା, ମାଳତି, ପାର୍ବତୀ, ଗୋପବନ୍ଧୁ, ଲକ୍ଷ୍ମଣ, 

ସୁରେନ୍ଦ୍ର, ବାଜି ରାଉତ

ଜନ୍ମିଛନ୍ତି ଜୟୀ ରାଜଗୁରୁ, ଜଗବନ୍ଧୁ, ସୁଭାଷ, 

ବିର୍ସା ପରି କେତେ ତ୍ୟାଗର ସୂତା ଓ ସୁତ ।


ତାର ପାଣି ପବନରେ ଆମ ଶରୀର ହୋଇଛି ଗଢ଼ା, 

ଅଂଶ ଆମେ ମାତୃଭୂମି ଭାରତର 

ଆମେ ଗଢ଼ା ପରା ପ୍ରାଚୀନ, ସମୃଦ୍ଧ, ଗୌରବମୟ 

ଏକ ମହାନ ସଂସ୍କୃତି ମଧ୍ୟର ।


ପରାକାଷ୍ଠା ପ୍ରଦର୍ଶନ କରି ଆସିଛେ ଭାଷା, ଧର୍ମ 

ବିଭିନ୍ନତାରେ ଆମ ଏକତାର

ଭାରତର ସନ୍ତାନ ଆମେ, ଏକତ୍ରିତ ହୋଇଛେ 

ଏକ ଅବିଚ୍ଛେଦ୍ୟ ବନ୍ଧନ ବଳର ।


ସ୍ୱାଧୀନତା ହାସଲ ହୋଇଛି, ଆବାଳ ବୃଦ୍ଧ ବନିତାଙ୍କ ସଂଘର୍ଷର ବଳିଦାନରେ

ଶାନ୍ତି ନୀତିରେ ସୁରକ୍ଷିତ ରଖିବା ଅଖଣ୍ଡ ସାର୍ବଭୌମତ୍ୱକୁ ସୁସ୍ଥ ମାନସିକତାରେ ।


ଇଂରେଜକୁ ତଡିଲେ, କିନ୍ତୁ ସମସ୍ତେ ଅଛେ ପରାଧୀନ ନିଜ ସ୍ୱାର୍ଥନ୍ୱେଷୀ ସଂକୀର୍ଣ୍ଣତାରେ

ଦେଶପ୍ରେମ ଠାରୁ ଦୂରେଇ ଯାଉଛେ ଘୃଣ୍ୟ ହୀନ ଦଳ ଜାତି ଧର୍ମ ବର୍ଣ୍ଣ ମନୋଭାବରେ ।


ଆଜି ତ୍ରିରଙ୍ଗା ଜାତୀୟ ପତାକା ଉଡ଼ାଉଛେ ଅତି 

ଆନନ୍ଦରେ, ଘର ଘର ତ୍ରିରଙ୍ଗା ମହୋତ୍ସବକୁ

ମନକୁ ପଚାର ହେ ରାଜନୈତିକ ନେତାବୃନ୍ଦ ଛାଡିଛ କି ସଂକୀର୍ଣ୍ଣ ଦଳ ଜାତି ଧର୍ମ ବର୍ଣ୍ଣର ପସରାକୁ ।


ଟଙ୍କା, ମଦ, ଜାତି ଓ ଧରମ ନାମରେ ଯୋଜନା 

କିପରି ପୁଂଜିପତି ଖଣି ଖାଦନକୁ ଲୁଟିବା

ମେରେ ଜାନ ସାନ୍ ଅଭିମାନ୍ ତ୍ରିରଙ୍ଗା ହେଁ, ନୂହେଁ କି ଚିନ୍ତାଧାରା ଅନ୍ଧ ରାଇଜରେ ଦର୍ପଣ ବିକିବା ।


ମୁହଁ ଖୋଲେ ଯିଏ, ତା ବିରୁଦ୍ଧେ ସେଡିଶନ ଧାରା 

ଲଗାଇ ସବୁଦିନ ପାଇଁ ମୁଁହ ବନ୍ଦ କରିବା 

୭୫ ବର୍ଷର ସ୍ୱାଧୀନତା ପରେ କିପରି ଗୋଲାମିରୁ 

ମୁକ୍ତ ଜାଲ ଛିଣ୍ଡା ମୁକ୍ତ ବିହଙ୍ଗ ବୋଲିବା ।


ସ୍ୱାଧୀନତା ହେବାଦିନ ଠାରୁ ଆମେ ଜାତୀୟ ପତାକା 

ତ୍ରିରଙ୍ଗାକୁ ନେଇ ମନରେ ଗରବ କରି ଆସୁଛେ

ବ୍ୟାନରର ହାଟରେ ଦେଶର ଜନତା କିପରି ସ୍ଵେଚ୍ଛାଚାର ଦଳଗତ ଲଢେଇରେ ବଳିପଡେ, କଅଣ ଭାବୁଛେ ।


ଜାଣିନକି ମଦ ପାଇଁ ହୁଏ ନାରୀ ନିର୍ଯାତନା, ଦୁର୍ନୀତି ହୁଏ ବିଭିନ୍ନ ରାସ୍ତା ଦୁର୍ଘଟଣା

ଦଳ ଅବା ସରକାର କରିବେକି ଆନ୍ଦୋଳନ, ମଦକୁ ହଟେଇବା ପାଇଁ ପ୍ରୟାସ ଅବା ଯୋଜନା ।


ସ୍ୱାଧୀନତା ପାଇଛେ, ମହୋତ୍ସବ କରୁଛେ, ଭାବୁଛେ କି ଓଡ଼ିଆ ଭାଷାର ପାଠ ପଢ଼ା ହୁଏ ମୂଲ୍ୟହୀନ

ଇଂରେଜ ଗଲା ପରେ ବି ଇଂଗିଲିସି ଭାଷା କିଆଁ କୁହ ମୋ ଦେଶରେ ଆଜି ହୋଇଛି ମହାନ୍ ।


କିଛି ବଦଳିବ ବଦଳିବ ନୂଆ ସ୍ୱଛ ଆଛା ଦିନ କହି କହିଭାଷଣ ଚାଲିଛି, ଯୋଜନା ସଠିକ ଚାଲିନି

ନିଜେ ଗଢ଼ିବା ନିଜର ଦେଶକୁ କହୁଛେ, ଅନୀତି ଆତଙ୍କ, ପ୍ରୀୟାପ୍ରୀତି ଓ ଦୁର୍ନୀତିର ଅନ୍ଧାର ରାତି ପାହୁନି ।


.


Rate this content
Log in

Similar oriya poem from Inspirational