ସୁନ୍ଦର ଏ ପ୍ରକୃତି
ସୁନ୍ଦର ଏ ପ୍ରକୃତି
ଧନ୍ୟ ହେଲି ମୁଁ ପ୍ରକୃତିରାଣୀ ତୁମ
ଶୋଭାକୁ ଦେଖି,
ଯେତେ ବର୍ଣନା କଲେ ଉଣା ପଡ଼ି
ଯିବ କବିତାରେ ପାରେନି ଲେଖି ।
ନୀଳ ସାଗରରକୁଳ ମୋତେ ଟାଣି
ନିଏ ପାଖକୁ ତାର,
ଆସୁଥାଏ ଲହରି ତୁହାକୁ ତୁହା
ଚାହିଁରହି ଥାଏ ନୟନ ମୋର ।
ଚନ୍ଦନକୁ ଯେବେ ମୁଁ ଘୋରି ଦିଏ,
ତା ସବାସରେ ମନ ପବିତ୍ର ହୁଏ ।
ଭାବେ ବସି ବସି ଚନ୍ଦନ କେତେ
ପୁଣ୍ୟ କରି ଥିଲା,
ଈଶ୍ୱର ଙ୍କ ସେବାରେ ନୀତି ସେ ତ
ସମର୍ପିତ ହେଲା ।
ତୁଳସୀ ,ବେଲ, ଅଁଳା ବୃକ୍ଷ ନୀତି
ପୂଜା ପାଇଲେ,
ଈଶ୍ୱର ସୃଷ୍ଟିରେ ଏଇ ଅମୁଲ୍ୟ ବୃକ୍ଷ
ଔଷଧରୂପେରହିଲେ ।
ଝରଣାର କୂଳୁକୂଳୁ ଶବ୍ଦ ମୋତେ
ଭାବୁକ କରି ଦିଏ,
ଈଶ୍ୱର ଙ୍କ ସୃଷ୍ଟି କେତେ ମନଲୋଭା
ମନେ ମନେ ଭାବୁ ଥାଏ ।
ଫୁଲର ସୁବାସ ସବୁ କଷ୍ଟକୁ
କରି ଦିଏ ଦୂର,
ହେଉ ସେ ଚମ୍ପା ହେଉ ସେ ମଲି
ନାହିଁ ତାର ପଟାନ୍ତର ।
ଗୋଲାପ ଫୁଲ ସବୁରି ପ୍ରିୟ,
ଗୋଲାପକୁ ସଦା କରେ ମୁ ଲୟ ।
ଗୋଲାପ ଫୁଲକୁ ଛୁଁଇବାକୁ ହେଲେ
କଣ୍ଟା ତ ହାତେ ବାଜିବ,
ଦୁନିଆରେ ସୁଖକୁ ଚାହିଁଲେ
ଦୁଃଖ ବି ଜୀବନେ ଆସିବ ।
ମରୁଭୁମିରେ ପାଣି ପାଣି ହେଲେ
ପାଣି ତ ମିଳିବ ନାହିଁ,
ମିଛ ମାୟା ପଛେ ଆମେ
ଗୋଡ଼ାଇଲେ
ସମୟ ଯିବ ଦିନେ ପଳାଇ ।
ପାହାଡ଼ ଦୂରକୁ କେତେ ସୁନ୍ଦର
ଦିସୁ ଥାଏ,
ବନ୍ଧୁ ଯେତେ ଦୂରରହିବ
ବେଶୀ ମନେ ପଡ଼ୁ ଥାଏ ।
ପାହାଡ଼ ହସି ହସି ସବୁ ସହି ଯାଏ,
ଆସୁ ଯେତେ ଝଡ଼ ବତାସ
ମନା କରେ ନାହିଁ ସିଏ ।
ମାଟି ମା ଆମ ସାଥେରହି ଥାଏ
ଜନ୍ମରୁ ମୃତ୍ଯୁ ଯାଏ,
ମାଟିରୁ ତିଆରି ହୋଇଛି ଶରୀର
ମାଟିରେ ତ ମିଶି ଯାଏ ।
ଅନନ୍ତ ଆକାଶେ ଘୁରି ବୁଲେ ବିହଙ୍ଗ
ତାର ଡର ଭୟ ନାହିଁ,
ପଞ୍ଜୁରୀର ବନ୍ଧନ ଚାହେଁ ନାହିଁ କେବେ
ଆନନ୍ଦ ହୁଏ ଗଛ ଡାଳକୁ ପାଇ ।
ଗଛ ଆମ ସୁଖ ଦୁଃଖରେ ସଦା
ରହି ଥାଏ,
ତାର ଫୁଲ ଫଳ ଶୀତଳ ଛାୟା ଦେଇ
ସଦା ସେ ମାନବ ସେବା କରୁଥାଏ ।
ଆଜିର ସମାଜ ପ୍ରକୃତିରାଣୀକୁ ଭାରି କଷ୍ଟ ଦେଉଛି,
କରିବାକୁ କେତେ କାର ଖାନା ଗଛକୁ କାଟି ଦେଉଛି ।
ମିଳୁ ନାହିଁ ଆଉ ଶୁଦ୍ଧ ଅମ୍ଲଜାନ,
ମଣିଷ କେତେ ଦୁଃଖ ଭୋଗୁଛି ।
ହଂସ୍ର ଜୀବ ଯନ୍ତୁ ଗାଁରେ ବୁଲୁଛି,
ଜଙ୍ଗଲ ତ ଆଜି ନଷ୍ଟ ହୋଇଛି ।
ପକ୍ଷୀ ଟିଏ ବସା ବାନ୍ଧି ବାକୁ ଗଛ
ଟିଏ ପାଉ ନାହିଁ,
କିଏ ବୁଝିଛ କି ପକ୍ଷୀର ବେଦନା
କାନ୍ଦୁଛି ସେ କଇଁ କଇଁ ।
ପ୍ରକୃତିକୁ ତୁମେ ଭଲ ପାଅ ବନ୍ଧୁ
ପ୍ରକୃତି ତୁମର ମାଆ,
ପ୍ରକୃତିକୁ ଆମେ ସୁରକ୍ଷା କରିଲେ
ବିପଦେ ହୋଇବ ସାହା ।
