STORYMIRROR

SUSMITA MISHRA

Children

3  

SUSMITA MISHRA

Children

କହିଲ ବନ୍ଧୁ ମୁଁ କିଏ ତ

କହିଲ ବନ୍ଧୁ ମୁଁ କିଏ ତ

2 mins
135


କଣ୍ଟା ର ମୁଁ ଗର୍ଭସ୍ଥ, 

କଣ୍ଟା ରୁ ମୁଁ ଜନ୍ମିତ, 

କଣ୍ଟା ସଦା ଥାଏ ମୋ ସାଥ,

ତଥାପି ମୁଁ ସବୁଠୁ ସୁନ୍ଦର ତ, 

କହିଲ ବନ୍ଧୁ ମୁଁ କିଏ ତ ?


ପଥ ମୋ କଣ୍ଟକିତ, 

ରଥ ମୋ କଣ୍ଟକିତ, 

ଜୀବନ ମୋ କଣ୍ଟକିତ, 

ବଞ୍ଚେ ମୁଁ ହୋଇ କଣ୍ଟକିତ, 

ତଥାପି ମୁଁ ସବୁଠୁ ସୁରଭିତ, 

କହିଲ ବନ୍ଧୁ ମୁଁ କିଏ ତ ?


ଆସୁ ଯେତେ ଝଡ଼ ବତାସ, 

ମୁହଁ ଲୁଚାଏନି ହୋଇ ବିରସ, 

ସଦା ମୁଁ ରହେ ହୋଇ ହରସ,

ଜୀବନ ବିତାଏ ହୋଇ ସରସ, ଜୀବନବ୍ୟାପି ଦୁଃଖ ରହେ ମୋ ସାଥ,

ତଥାପି ମୁଁ ହୁଏ ନାହିଁ କେବେ ମୁଁ ଦୁଃଖିତ, 

କହିଲ ବନ୍ଧୁ ମୁଁ କିଏ ତ ?


ଆସୁ ଯେତେ ବିଷମ ପରିସ୍ଥିତି ତ,

ମୁଁ କେବେ ହାର ମାନେନି ତ,

କେବେ ନୀଚ୍ଚ ତୁଚ୍ଛ ସ୍ୱାର୍ଥ ପାଇଁ ତ ,

ନିଜ ମାନ କେବେ ତଳେ ପକାଏ ନି ତ,

ଝରିଯିବି ପଛେ ମୁଣ୍ଡ ନୁଆଁଏନି ମୁଁ ତ, କରୁ ଯେତେ ଲହୁଲୁହାଣ ଯେତେ ଝଡ଼ ବତାସ ମତେ ତ, 

ହେଲେ ତାକୁ ଭାବି ଜ୍ଞାନଦାତ୍ରୀ, ବଞ୍ଚେ ଖୋଲା ମନରେ ମୁଁ ତ, 

ପବନ ସାଥେ ଖେଳୁଥାଏ, 

ସଦା ମୁଁ ହସୁଥାଏ ତ,

କହିଲ ବନ୍ଧୁ ମୁଁ କିଏ ତ ?


କଣ୍ଟକିତ ହୋଇ ଥିଲେ ବି ମୁଁ ସଦା ଥାଏ ହର୍ଷିତ I 

ଦୁଃଖ କୁ ସହି ଯିବାର ଅଛି ମୋ ପାଖେ ତାକତ, 

ଅସହ୍ଯ ଦୁଃଖ ରେ ହିଁ ମୁଁ ହୁଏ ବିକଶିତ, 

ଦୁଃଖ ରୁ ସୁଖ ପାଇବାର ଜ୍ଞାନ ପାଏ ତ,

ସେପାଇଁ ଜଗତେ ସବୁଠୁ ସୁନ୍ଦର ମତେ କରିଛି ବ୍ରହ୍ମ ତ, 

ମୁଁ ଅଟେ ତା ଅତୁଳନୀୟ ବରଦାନ ତ,

ସେ ପାଇଁ ହୁଏ ମୁଁ ପ୍ରେମ ର ପ୍ରତୀକ, 

ମୋ ପାଇଁ ପ୍ରେମ ହୁଏ ଭାବଗର୍ଭକ ,

ଦୁଃଖରେ ବି ହସୁ ଥିବା ଦେଖି ମତେ ଜଗତ,

ସସମ୍ମାନେ ମତେ ତା ହୃଦୟେ ଲଗାଏ ତ,

କହିଲ ବନ୍ଧୁ ମୁଁ କିଏ ତ ?


ମୁଁ ହେଲେ ବି କଣ୍ଟକିତ, ଠାକୁର ତା ମୁଣ୍ଡେ ରଖେ ତ, 

ମୁଁ ହେଉଥିବାରୁ ଏତେ ସମ୍ମାନିତ, 

ପ୍ରଭୁ ପାଖରେ ସଦା ଅଟେ ରୁଣୀ ତ,

ସେ ପାଇଁ ଥାଏ ତା ପାଇଁ ମୁଁ ସମର୍ପିତ, 

ମୁଁ ଝରିଯାଇ ହେଲେ ବି କଣ୍ଟକିତ, 

ସଦା ରହେ ମୁଁ ମସ୍ତି ସହ ଆନନ୍ଦିତ I 

ତେଣୁ ବନ୍ଧୁ ଜୀବନର କଣ୍ଟକିତ ପଥ,

ଦେଖି କେବେ ନ ହୋଇ ବିଚଳିତ, 

ଭାବି ଦୁଃଖ କୁ ଏକ ପାହାଚ,ପ୍ରାପ୍ତି ଭଗବତ,

ରହିବା ବନ୍ଧୁ ସଦା ହୋଇ ଆନନ୍ଦିତ, 

କହିଲ ବନ୍ଧୁ ମୁଁ କିଏ ତ ?


ମୋ ବିଷୟରେ ଏତେ କହିଲା ପରେ ,

ଜାଣି ପାରିଲ କି ବନ୍ଧୁ ମୁଁ କିଏ ତ ?


ଏବେ ତୁମ ସଂଶୟ କରି ଦୂରୀଭୂତ ,

ଏବେ ମୁଁ ଦେଉଛି ମୋର ପରିଚୟ ତ,

ମୁଁ ପରା ସୁଶୋଭିତ ସୁରଭିତ ତୁମ ପ୍ରିୟ ଗୋଲାପ ତ ,

ଏବେ ଜାଣିଲ ବନ୍ଧୁ ମୁଁ କିଏ ତ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children