STORYMIRROR

Dr. Rajib Lochan Panigrahy

Children Stories

3  

Dr. Rajib Lochan Panigrahy

Children Stories

ଗୁରୁ

ଗୁରୁ

2 mins
207

ମଣିଷ ଅଟଇ ଶ୍ରେଷ୍ଠ ଜୀବଟେ

ଏ ଧରା ଧାମରେ ସାର

ଜ୍ଞାନଟି ତାହାର ଜୀବନ ଆୟୁଧ

ଜ୍ଞାନକୁ କରେ ନିଜର

ଜ୍ଞାନ ବୃଦ୍ଧି ପାଇଁ ଗୁରୁ ଆବଶ୍ୟକ

ଏହା ସେ ଜାଣି ତ ଥାଏ

ବିନା ଗୁରୁରେ ଅଜ୍ଞାନ ତିମିର

କେବେ ନ ଯାଏ ଦୂରେଇ l

ଜନମ ପରଠୁ ଜନ୍ମଦାତ୍ରୀ ମା

ମାତୃଭାଷା ଶିଖାଏ l

ହାତଧରି ଛୁଆ ସବୁ ଶିକ୍ଷା ପାଏ

ଚଳିଵା ଚଳିବା ଯାଏଁ

ପ୍ରଥମେ ମାଟି ଗୁରୁ ହେଲାପରେ

ବାପା ଯେ ବନନ୍ତି ଗୁରୁ

ଲାଳନ ପାଳନ ଖେଳ କୁଦ କରି

ସାହସ ଦିଅନ୍ତି ଭରି l

ସମାଜେ ମଣିଷ ହେବା ପାଇଁ ଯେବେ

ଜ୍ଞାନ ବଢାଇବା ହୁଏ

ବିଦ୍ୟାଳୟ ଶିକ୍ଷା ପାଇଁ ବାପା ନେଇ 

ଛୁଆଙ୍କୁ ପ୍ରବେଶ କଲେ 

ନୁଆଁ ନୁଆଁ କଥା ଭାଷା ଜ୍ଞାନ ଦେଇ

ଗୁରୁଜୀ ଶିଖନ୍ତି କେତେ

ମନ ମାଫିକେ ଅନେକ ଶିଖାଇ

ମଣିଷ କରି ଗଢ଼ାଏ

ଗୁରୁଙ୍କ ଭୂଷଣ ଛାତ୍ରର ଜ୍ଞାନ

ଗାରିମା ପ୍ରକାଶ ହେଲେ l

ଶିକ୍ଷା ଗୁରୁ ସଦା ଚେଷ୍ଟିତ ଥାଆନ୍ତି

ଛାତ୍ର ଛାତ୍ରୀ ବଡ ହେଲେ

ନାମଟି ମୋହର ନିଶ୍ଚୟ ରହିବ

ସତ ଜ୍ଞାନ ଦେଇଥିଲେ l

ବଡ ହେଲେ ଛାତ୍ର କରମ କରିବ

ଜୀବନ ଜୀବିକା ପାଇଁ

ଜ୍ଞାନ ଯାହା ସବୁ ଆହରଣ କରି

ଥିବା ବିଦ୍ୟାଳୟେ ପଢ଼ି l

କର୍ମ ଜ୍ଞାନ ଛାଡ ଶାଶ୍ୱତ ଜ୍ଞାନ ଯେ

ଧରମେ ରହିଛି ଜାଣି

ଧର୍ମ ଗୁରୁ ଖୋଜି ଜ୍ଞାନ ଆହରିଲେ

ପର ପୂରେ ମିଳେ ମୁକ୍ତି l

ଧର୍ମ ଜ୍ଞାନ ପାଇଁ ଧର୍ମ ଗୁରୁ ଲୋଡ଼ା

ଖୋଜା ପଡେ ଧର୍ମ ଗୁରୁ 

କର୍ମ ସାଙ୍ଗେ ଧର୍ମ କରିଲେ ଜନ 

ଉଦ୍ଧାରିବ ଭବ ସିନ୍ଧୁ l

ମଣିଷ ଜୀବନେ ବିଦ୍ୟା ଶିକ୍ଷା

ଅବା ଧର୍ମ ଗୁରୁ କରି

ସବୁ ଶିକ୍ଷା ମିଳେ ନାହିଁ

ଚାଲି ଚଳଣିରେ ସମାଜ ଭିତରେ

ବହୁ କଥା ଶିକ୍ଷା ଅଛି

ଯେଉଁଥି ପାଇଁକି ବହୁ ଗୁରୁ ଆମେ

କରି ତ ଥାଉ ଜୀବନେ

ସେଥିପାଇଁ ନଚିକେତା

କରିଥିଲେ ଚବିଶ ଗୁରୁ ଜୀବନେ l

ଗୁରୁ ଅଟେ ଶ୍ରେଷ୍ଠ ଗୁରୁ ଯେ ଅମୂଲ୍ୟ

ଗୁରୁ ସବୁଠାରୁ ଭାରି

ଯେତେ ଜ୍ଞାନ ନେଲେ ସରେ ନାହିଁ ସେଠୁ

ଅମାପ ଭଣ୍ଡାର ପରି l

ଗୁରୁ ଯେ ମହାନ ଗୁରୁ ଯେ ଇଶ୍ଵର

ଜ୍ଞାନ ଗାରିମାରେ ଭରି

କରି ତାଙ୍କ ପୂଜା ପଦ ସେଵା କଲେ

ହେବା ସଂସାର ନାବରୁ ପରି l

ତେଣୁ କୁହାଯାଏ

ଗୁରୁଙ୍କୁ ନ ମଣିବ ନର

ଗୁରୁ ହିଁ ସାକ୍ଷାତ ଈଶ୍ୱର  

ଅଜ୍ଞାନ ଅନ୍ଧକାରୁ ଉଦ୍ଧାର କରି

ଜ୍ଞାନ ଚକ୍ଷୁକୁ ଦିଅନ୍ତି ଭରି l

ଆଜିର ଦିନରେ ସବୁ ଶ୍ରେୟ ଯିବ

ସର୍ବ ପଲ୍ଲୀ ରାଧାକ୍ରିଷ୍ଣନଙ୍କୁ

ତାଙ୍କ ଜନ୍ମ ଦିନ ତୁଚ୍ଛ କରି ଦେଇ

ମହାନ କଲେ ଗୁରୁଙ୍କୁ l

ଭାରତ ରତନ ହେ ରାଧାକ୍ରିଷ୍ଣନ

ମହାନ ତୁମର ଆତ୍ମା

ବୁଝି ପାରିଥିଲ ରାଷ୍ଟ୍ରପତି ହୋଇ

ଗୁରୁଙ୍କର ମହାନତା l

ଗୁରୁଙ୍କ ସହିତ ତୁମଙ୍କୁ ପ୍ରଣାମ

କରି କରେ ନତ ମଥା

ତୁମେ ପୁଣି ଜନ୍ମ ନିଅ ଏ ଭାରତେ

ବୁଝାଇବ ଗୁରୁ କଥା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍