STORYMIRROR

Pranati Mahapatra

Children

3  

Pranati Mahapatra

Children

ସ୍ୱାଧୀନତା

ସ୍ୱାଧୀନତା

1 min
183


ଆମେ ଭାରତୀୟ ଭାରତ ଆମର

  ପୃଥିବୀର ଏକ ସ୍ଥାନ 

ନାହିଁ ଭେଦଭାବ କି ବାଛବିଚାର

 ସ୍ୱଛ ଅଟେ ଆମ ମନ ।


ସରଳ ମନରେ ସଭିଙ୍କୁ ବିଶ୍ୱାସ

 ସ୍ନେହ ପରଶେ ନିଜର 

ଜଗତେ କେବଳ ମାନବ ଧର୍ମ

 ଆନ ଚିନ୍ତା ନାହିଁ ଆମର।


କେତେ ଭଲ ଥିଲା ମୁକ୍ତ ହୋଇ ଏହି

 ଦେଶ ଜନ ଚଳୁଥିଲେ 

ବିଦେଶୀଙ୍କ ଛଳନାରେ ଯେ ଶିକାର

 ହୋଇ ପରାଧୀନ ହେଲେ ।


ଭାରତୀ ସନ୍ତାନ ଦମ୍ଭେ ଥିଲୁ ମନ

 ସତ୍ୟ ଧର୍ମ ପଥେ ଯାଇ 

ଜଗତ ନାୟକ ଶ୍ରୀଜଗନ୍ନାଥଙ୍କ

 ଶ୍ରୀପଦେ ଚିତ୍ତକୁ ଧ୍ୟାୟୀ।


ସ୍ୱାଧୀନତା ପାଇଁ   ଅହିଂସା ଲଢେଇ 

 ଗର୍ବରେ ଛାତି ଫୁଲେଇ 

ଉଡାଉ ତ୍ରିରଙ୍ଗା ଘରଠୁ ବାହାର

 ମହାତ୍ମାଙ୍କ ଗୁଣ ଗାଇ।


ତିନି ରଙ୍ଗ ପୁଣି ବାଛି ବାଛି ରହେ

 ଶାନ୍ତି ମୈତ୍ରୀ ଓ ବିଶ୍ୱାସ 

ନାରଙ୍ଗୀ ଧବଳ ସବୁଜ ବର୍ଣ୍ଣ ଯେ 

 ଦିଅଇ ଧୈର୍ଯ୍ୟ ଉଶ୍ୱାସ ।


ଆମରି ପତାକା ଏମିତି ସୁନ୍ଦର

 ନାହିଁ ତା ପରି ମହୀରେ 

ବନ୍ଦେ ଉତ୍କଳ ଜନନୀ ଗାୟନ

କରୁ ଆଜି ତା' ପାଇଁରେ ।


ତ୍ରିରଙ୍ଗା ଥିଲେ ହାତରେ ବଢେ

 ଧୈର୍ଯ୍ୟ ବଳ ସାହସ 

ତା ନାମ ଧରିଲେ ତା କହିଲେ

ମୁଖେ ଫୁଟିଉଠେ ହସ ।


ଆଜି ତ ସବୁଠି ଘରେ ଘରେ ପୁରେ 

  ଖୁସିର ଲହରୀ ଛୁଟେ 

ତ୍ରିରଙ୍ଗାର ମାନ ତ୍ରିରଙ୍ଗା ଗାନରେ

  ଦିବସ ଆମର କଟେ ।


ଏହି ତ୍ରିରଙ୍ଗାକୁ ସମ୍ମାନ ଜଣାଇ

 ବନ୍ଦେ ଉତ୍କଳ ଜନନୀ 

ଗାଇବା ଉଚ୍ଚରେ ଧରିଣ ତ୍ରିରଙ୍ଗା

 (ଦେବା) ବନ୍ଦେ ମାତରମ୍ ଧ୍ୱନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children