STORYMIRROR

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ବିବାହ

ବିବାହ

1 min
115


ନାରୀ ପୁରୁଷ ଙ୍କ ପବିତ୍ର ସମ୍ବନ୍ଧ

ଅଟେ ବିବାହ ବନ୍ଧନ,

ସମାଜ ସଂସାର ସଂବୃଦ୍ଧି ପାଇଁକି

ଏହା ବିଧାତା ବିଧାନ l


ନାରୀ ସାଜେ କନ୍ୟା ପୁରୁଷ ଟି ବର

ଦୁଇ ଆତ୍ମାର ମିଳନ,

ଅଲିଖିତ ଏକ ଚୁକ୍ତି ପତ୍ର ନାମା

ବେଦୀ ରେ ହୁଏ ଘୋଷଣ l


ପୁତ୍ର କନ୍ୟା ଯେବେ ସମର୍ଥ ହୁଅନ୍ତି

ଗଢନ୍ତି ନିଜ ସଂସାର,

ବିବାହରେ ତାହା ରୂପ ରେଖ ନିଏ

ମିଳନ୍ତି ଦ୍ବି ପରିବାର l


ବେଦ ମନ୍ତ୍ର ଆଉ ଅଗ୍ନି ସାକ୍ଷୀ ରଖି 

ହସ୍ତ ଗଣ୍ଠି କୁ ପକାଇ,

ଗୁରୁ ଗୁରୁଜନ ଆଶିଷ ଦିଅନ୍ତି

ହସ୍ତେ କୁସୁମ ବର୍ଷାଇ l


ଖୁସିରେ ମଗନ ହୁଅନ୍ତି ସମସ୍ତେ

ବାଜେ ଢୋଲ ଓ ମହୁରୀ,

ବନ୍ଧୁ ବାନ୍ଧବ ସାଇ ପଡିଶା ସହ 

ଭୋଜି ଭାତ ଥାନ୍ତି କରି l


ସୁଖେ ଦୁଖେ ଦୁହେଁ ସହଭାଗୀ ହୋଇ

ଚଳାନ୍ତି ଜୀବନ ପୋତ,

ପରସ୍ପର ପ୍ରତି ପ୍ରେମ ଭାବ ବହି

ହୋଇଥାନ୍ତି ସମର୍ପିତ l


ଆଦିବାସୀ ଜନ ବିବାହଟି ଭିନ୍ନ

ହାତ ଧରି ଟାଣି ନେଇ,

ବିବାହ କରନ୍ତି ସମ୍ପ୍ରଦାୟ ମଧ୍ୟେ

ନୃତ୍ୟ ଗୀତ କେତେ ଗାଇ l


କିଏ ବେଦୀ ପରେ କିଏ କଚେରୀ ରେ

ମସଜିଦ ବା ଗୀର୍ଜାରେ,

ବିବାହ ବନ୍ଧନେ ବାନ୍ଧି ହୋଇଯାନ୍ତି

ଅବା ଗାନ୍ଧର୍ବ ମତରେ l


ନାନା ଭାବେ ନାନା ବିବାହ ବିଧାନ

ବିରାଜେ ଏ ମହୀ ତଳେ,

ଭବିଷ୍ୟତ ପୀଢ଼ି ଗଢିବା ନିମିତ୍ତ

ଏହି ପରମ୍ପରା ଚଳେ l



Rate this content
Log in

Similar oriya poem from Inspirational