STORYMIRROR

Archana Acharya

Children

3  

Archana Acharya

Children

ପରିଶ୍ରମ କର

ପରିଶ୍ରମ କର

1 min
124

ସଂସାର ଟା ପରା ଗୋଟେ ପାଠାଗାର

ଏଠାରୁ ଶିଖିବା ପାଠ,

ରାତି ପାହିଗଲେ ସଅଳ ଉଠିବା

କରିବାନି ଜମା ମଠ ।

କଳରବ କରି ପକ୍ଷୀ ଉଠିଲେଣି

ନକରି ଆଳସ୍ୟ ପଣ,

ମହୁମାଛି ଉଡ଼ି କାମେ ଲାଗିଲାଣି

ତାକୁ ଦେଖି ତୁମେ ଜାଣ।

ପିମ୍ପୁଡ଼ି କୁ ଦେଖ ଟିକି ପାଦରେ ସେ

କେତେ ଦୂର ଯାଏ ଚାଲି,

ଶ୍ରମ କରି ଚାଲେ ନିରନ୍ତର ଏକା

ସବୁ ବାହାନା କୁ ଭୁଲି ।

ମନେ ଧୈର୍ଯ୍ୟ ରଖି ତପସ୍ୟା ବଳରେ

ପ୍ରଜାପତି ଜନ୍ମ ନିଏ,

ନିଷ୍ଠାପର ହୋଇ କର୍ମ କରିଗଲେ

ସଫଳତା ପାଦ ଛୁଏଁ ।

ବୁଢିଆଣୀ ବସା ଭାଙ୍ଗିଯାଏ ସିନା

ପବନ ବେଗ ନ ସହି,

ହେଲେ ତାର ମନୁ ଜିତିବାର ଆଶା

କିଞ୍ଚିତେ ଯାଏନି ଧୋଇ ।

ସଫଳତା ଯଦି ପାଇବାକୁ ଇଚ୍ଛା

ଲକ୍ଷ୍ୟ ରେ ରଖିବ ମତି,

ଆତ୍ମବିଶ୍ଵାସ ରେ କରିଲେ କରମ

ଦୁନିଆ କୁ ଯିବ ଜିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children