ଅଫୁଟା ଫୁଲ
ଅଫୁଟା ଫୁଲ
ନବ ପଲ୍ଲବିତ କଳିକା ଟିଏ ମୁଁ'
ଜାଣେନା ପ୍ରଭାତ ହେଲେ ..!
କେଉଁ ଦେବତାଙ୍କ ସାନ୍ନିଧ୍ୟ ଲଭିବି
ଅବା ଯିବି ପାଦ ତଳେ ..!
ମୋ' ସୁଗନ୍ଧ ଭରା କୋମଳ ସୌନ୍ଦର୍ଯ୍ୟ
ଗଭାରେ ସଜ୍ଜିତ ହେବ ।
ଅବା ପୁଣି କାହା ବାସର ଶେଜରେ
ବୃନ୍ତଚ୍ୟୁତ ହୋଇଯିବ ॥
ପ୍ରେମୀର କୋମଳ ଅଧର ସ୍ପର୍ଶରେ
ତନୁ ମନେ ଶିହରଣ ।
ଖେଳି ଯିବ କାଳେ ନୂଆ ଉନ୍ମାଦନା
ପାଇ ମଧୁପ ଦଂଶନ ।।
କ୍ଷତାକ୍ତ ଯୌବନ ସୁନେଲି ସ୍ୱପ୍ନରେ
ଧୂଳିସାତ ହୋଇଯିବ ।
ମୋ' ସୁଗନ୍ଧ ଭରା କୋମଳ ସୌନ୍ଦର୍ଯ୍ୟ
ଗଭାରେ ସଜ୍ଜିତ ହେବ..।।
