Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Children

4.0  

Gyanendriya Dash

Inspirational Children

ସଫଳତା

ସଫଳତା

1 min
133


କର୍ମ ଅନୁସାରେ

ମିଳେ ସଫଳତା

ଅବା ମିଳେ ବିଫଳତା ।


କୁକର୍ମକୁ ଛାଡ଼ି

ସୁକର୍ମ ପଥରେ

ପାଇବଟି ସ୍ବାଧୀନତା ।


ପରିବାର ଠାରୁ

ପାଇଣ ସଂସ୍କାର

ପାଦ ଥାପିବା ଆଗକୁ ।


ସାହି ପଡ଼ିଶାଙ୍କ

ପ୍ରିୟପାତ୍ର ହୋଇ

ସ୍ପର୍ଶ କରି ପ୍ରଗତିକୁ ।


ଜିଲ୍ଲା ରାଜ୍ୟ ଦେଶ

ସୁକର୍ମ ପଥରେ

ଲାଗିବ ସଦା ନିଜର ।


ସମାଜ ଆଗରେ

ସଫଳ ଶୀର୍ଷରେ

କାର୍ତ୍ତବ୍ୟଟି ଆଗ କର ।


ସୁନ୍ଦର ସ୍ୱଭାବେ

ସମାଜ ମଙ୍ଗଳେ

ନିଜକୁ ଉତ୍ସର୍ଗ କଲେ ।


ମାନବିକତାର

ସଫଳତା ପ୍ରାପ୍ତି

ମିଳିବଟି ସବୁବେଳେ ।


Rate this content
Log in

Similar oriya poem from Inspirational