STORYMIRROR

Biswajita Baral

Inspirational Children

3  

Biswajita Baral

Inspirational Children

କଳ୍ପନା

କଳ୍ପନା

1 min
169

ମନ୍ଦ ମଳୟର ଶୀତଳ ଛୁଆଁରେ

ଧିର ଶାନ୍ତ ଅପରାହ୍ନେ 

ତଟିନୀ କୂଳରେ ମନ ଯାଏ ହଜି

କେଉଁ ଅଜଣା ଗଗନେ


ଇଚ୍ଛା ହୁଏ ଆଜି ଦୂର ଦିଗବଳୟରେ 

ମିଶି ଯାଆନ୍ତି କି ..? 

ମୁକ୍ତାକାଶେ ବିହଙ୍ଗଟେ ସାଜି

ସବିତାଙ୍କ ରକ୍ତିମ ଆଭାରେ


ଚାଲିଯାନ୍ତି ବହୁଦୂର

ଯେଉଁଠି ନଥାନ୍ତା କୋଳାହାଳ

କୃତଘ୍ନ ଏ ଜନ ସମାଜର

ଖାଲି ମୁଁ' ଆଉ ମୋ'ର ଭାବନା ସାଥେ

ଜହ୍ନପୃଷ୍ଠରେ ତୋଳନ୍ତି ଘର

ତାରକା ସଙ୍ଗେ କରନ୍ତି ମେଳ

ସ୍ଵପ୍ନିଳ ଆକାଶ ଥରୁଟିଏ ମୋତେ 

କରି ଦିଅନ୍ତା କି ବନ୍ଦୀ ..?

ଭାବନାର ଅନ୍ତଃରାଳେ 

ଦେଖେ କେତେ ଛବି

କେତେ ଯେ ବାସ୍ତବ ଅବାସ୍ତବ କଥା 

 ମନେ ମନେ ବସେ ଭାବି ।


କାଳେ ମୋ'ର ଏ ଭାବନା ..!

ଆଙ୍କି ହୋଇଯାନ୍ତା କେବେ ବାସ୍ତବ ରୂପରେ

ତୁମରି ସାନ୍ନିଧ୍ୟ ଟିକେ

 ପାଇବାକୁ ସିଏ ନିତି ସିଏ ଝୁରେ

ପୁଣି ନିତି ଏକାପଣେ ମରେ

କେବେ ସବୁ ପାଲଟିବ ସତ 

ଏତେ ସବୁ କଥା ଭାବି

ଏଠି ମୋ'ର ଦିନ ରାତି ସରେ 

ଏଠି ମୋ'ର ଦିନ ରାତି ସରେ.. I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational