Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Children

3  

Kalpana Kumari Pradhan

Children

ସୋମାର ଜନ୍ମଦିନ

ସୋମାର ଜନ୍ମଦିନ

1 min
208


ଘର ସାରା କୋଳାହଳ

    କାହିଁ ଚାଲିଗଲା ସୋମା

ଜନ୍ମଦିନ ର ଶୁଭଲଗନେ

    ତାହାରି ନାହିଁ ଦେଖା l


ବାପା ମା'ଙ୍କର ଅଲିଅଳି

   ସୁକୁମାରୀ ରାଜ କନ୍ୟା 

ସାଜସଜ୍ଜା, ଉପହାର ଫିକାପଡ଼ିଲାଣି 

  ବହିଲାଣି ଲୁହ ବନ୍ୟା l


 ଘରେ ସାହି ପଡିଶାରେ

  ସବୁଠାରେ ପଡ଼େ ଖୋଜା

କେଉଁଠାରେ ନଦେଖିଣ ତାକୁ

   ନୟନ ଲୋତକେ ଭିଜା l


ବାପା ତା ଦେଖିଲେ

  ଝିଅ ଛିଡା ପଥଧାରେ

 ବୃଦ୍ଧା ବୃଦ୍ଧ ଦୁଃଖିଙ୍କୁ

  ମିଠେଇ ବଣ୍ଟନ କରେ l


କୋଳକୁ କୋଳେଇ ଗାଲରେ

  ଚୁମ୍ବନ ଦେଲେ ତାର 

କାହାକୁ ନକହି ଧନ

  ଘରୁ ହେଇଛୁ ବାହାର l


ହସି ହସି କହେ ସୋମା

  କେକ୍, ଚକୋଲେଟ, ଉପହାର 

ସବୁଠାରୁ ଦାମୀ ଏମାନଙ୍କ

   ଚେନାଏ ହସ ଶୁଖିଲା ମୁହଁର l


  



Rate this content
Log in

Similar oriya poem from Children