STORYMIRROR

Satyabati Swain

Tragedy

3  

Satyabati Swain

Tragedy

ପମୁ ମରିଗଲା

ପମୁ ମରିଗଲା

1 min
369

ନଇଁ ନଇଁ ଆସୁଥାଏ ସନ୍ଧ୍ୟା

ମୋ ଅଣ୍ଟା ଭଙ୍ଗା ବୁଢ଼ୀ ମା ପରି

ଆମ ଗାଁ କୁ

ମୁଁ ଫେରୁଥାଏ ଘର

ନଈ ପଠାରେ ଧୂଆଁ

ପୁଣି ଜଣେ କେହି

ପାଉଁଶ ହେଲେ କି ଭୟ

ମୋତେ ଭୟା ତୁରା କଲା।


ମାଗା କକା ଯାଉଥିଲେ ହାଟ

ପ୍ରଣାମ ହୋଇ ପଚାରିଲି ଦାଦା

ଏ ଧୂଆଁ

ଦାଦା ଭାରି ଗଳାରେ କହିଲେ

ପମୁ ଚାଲିଗଲା ।


ପମୁ ! ସେଇ ସତେଇଶି ବର୍ଷର ଭେଣ୍ଡା ଟୋକା

କଣ ହୋଇଥିଲା ?

ଦୁଃଖରେ ଛାତି ଭାରି ଲାଗିଲା

ସେ ମୋ ସାଙ୍ଗ ଥିଲା

ପ୍ରମୋଦ ଦାଶ

ଯାହାକୁ ପଢେଇବାକୁ

ସାର୍ ଡରୁଥିଲେ

ଅତି ମେଧାବୀ ଛାତ୍ର ଥିଲା

ଖେଳରେ ଚମ୍ପିୟାନ ହେଉଥିଲା।


ଦଉଡ଼ି ଗଲି 

ନଈ ପଠା

ଯୁଇରେ ଶୋଇଛି ପମୁ

ଏଇ ଯେମିତି ଉଠି ପଡ଼ିବ ନିଦରୁ।


ପଞ୍ଚାନନ ମାମୁଁ କହିଲେ

 ଏମ୍ ଏ ପାସ୍ କଲେ ବି

ଚାକିରୀ ବାକିରି ପାଇଲା ନାହିଁ

ଅସତ ବନ୍ଧୁ କଲା

ବ୍ରାଉନ ସୁଗାର ଖାଇଲା

ବହୁ ନାରୀଙ୍କ ସହ ଖେଳିଲା

ଅର୍ଥ ପାଇଁ

ଚୋରି ବି କଲା।


ମାଆ ବାପ ସାଇ ଭାଇ ଧିକ୍କାରିଲେ

କଣ ଭାବିଲା କେଜାଣି

ପୁରା ପ୍ୟାକେଟ ବ୍ରାଉନ ସୁଗାର

ଏକା ଥରେ ଖାଇ ଦେଲା

ରକ୍ତ ପାଟି କାନ ପଟେ ବାହାରିଲା

ଶେଷରେ ବାଡେଇ ପିଟି ହୋଇ

ଗଁ ଗଁ ଶବ୍ଦ କରି

ନିଶ୍ଚଳ ହୋଇଗଲା।


ପମୁ ମରିଗଲା

ମୁଁ ଆକାଶକୁ ଚାହିଁ ପଚାରିଲି

ପମୁ ମଲା

ନା କିଏ ମାରି ଦେଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy