ପଖାଳ ଦିବସ ଓଡ଼ିଆର ଖାନା
ପଖାଳ ଦିବସ ଓଡ଼ିଆର ଖାନା
ମନେ଼ ପଡେ ମୋ ମାଆ ହାତ ବଢା
ପଖାଳ, ଭୂଲି ହଉନି
ଶାଗ,ବଡି, ଖଟା ଆଚାର ସହ
ପଖାଳକଂସା, ଭୂଲି ହୁଏନି ।
ଛୋଟ ଦେଶୀ ପିଆଜ ରସୁଣ ସହ
ବଡ଼ି ଚୁରା ଓ ଶାଗ ଭଜା
କଞ୍ଚା ଲଙ୍କାକୁ ବାଇଗଣ ପୋଡ଼ା ସହ
ଦହି ପଖାଳ ଭାତର ମଜା ।
ଭାରି ମଉଜ ଖାଇବାକୁ ପଖାଳ ଭାତ
ସହ ଆଳୁ ଚକଟା କାକୁଡି ଦହି
କଖାରୁ ଫୁଲର ଭଜା, କଲରା ଭଜା ପୋଇ
ରାଇ, ସାରୁ ଚକଟା, ଜହ୍ନି ଚୁନ୍ଗୁଡି ଯହିଁ ।
ସଜ ପଖାଳେ ଆମ୍ବ ଚଟଣୀ, ପୋଡ଼ା
କଙ୍କଡ଼ା ଛେଚା ସୁଖୁଆ ରାଇ
ଖାଇଲା ଯେ କହିଲା ଭାରି ବଢ଼ିଆ,
ଏହା ସତ ନୁହେଁ କି ଭଉଣୀ ଭାଇ ।
ଗରିବ ଲୋକର ଏ ଅମୃତ, ମନେ ବହୁ
ଆଶା, ସମାଜକୁ ନିଏ ଚଳାଇ
ଖାଏ ସେ ହସି ହସି, ଖରା ବେଳ ବିଲ
ମୁଣ୍ଡରେ ବସି, ମୋ ଚାଷୀ ଭାଇ ।
ପଖାଳ ଖିଆ ଓଡିଆ କହି, ଭାବନ୍ତି
ହୀନ ଓଡିଶା ବାସୀ ଓ ମାଟିକୁ
ସେ କାହୁଁ ଜାଣିବେ, ଆମର ଏହି ଖ୍ୟାତ
ଦହି ପଖାଳ ଭାତର ମହତ୍ତ୍ୱକୁ ।
ହେ ଓଡିଆ ଭଉଣୀ ଭାଇ ଗର୍ବ କରିବା
ମନେ ପକାଇ ପୂର୍ବ ଐତିହ୍ୟ କଥା
ହଜି ଯାଉଛି ଆଜି ଆମ ଓଡିଆ ଖାଦ୍ୟ,
ଦେଖି ଲାଗେ ମନେ ବହୁତ ବ୍ୟଥା ।