STORYMIRROR

Madhabi Patel

Inspirational

4  

Madhabi Patel

Inspirational

ପିତାମାତା

ପିତାମାତା

1 min
349


ପୂଜ୍ୟସ୍ପଦ ପିତାମାତା ଆମର

ତାଙ୍କ ପାଦେ କୋଟି ନମସ୍କାର ।

ବାପାଯଦି ଆକାଶ ସମ ତୁଲ 

ମାଁ ର ମମତା ଅମୂଲ ମୁଲ ।

ଧରିତ୍ରୀଠୁ ଅଟେ ସେ ସହଣୀୟା

ଈଶ୍ବରଙ୍କଠୁ ଅତି ପୂଜନୀୟା ।

ଈଶ୍ବର ଦେବାରେ ସଦା ଆଗୁଆ

ଦ୍ବିତୀୟରେ ମାଆ ବାପାଙ୍କ ଦୟା ।

ଈଶ୍ବରଂକ କେବେ ଦର୍ଶନ ନାହିଁ

ମାଆଁ ବାପା ପରଷନ୍ତି ନିଜଛାଇ ।

ବିପଦ ଆପଦକୁ ନିଜେ ସହିଯାଇ

ସୁରଖିତ ଛତ୍ରଛାୟା ଯୋଗାଇ ।

ଦଶମାସ ଗର୍ଭ କଷ୍ଟକୁ ସହି

ପଢିବା ଲେଖିବା ଜ୍ଞାନ ଶିଖେଇ ।

ଦାନା ପାଣି ସ୍ନେହ ମମତା ଲୁଟାଇ

ଝୁଣ୍ଟି ପଡିଗଲେ ତଳୁ ଉଠାଇ ।

ଦୁନିଆଁର ସବୁ କଷ୍ଟକୁ ସହି

ହୋଇଯିବେ ଯେବେ ସେ ବୁଢା ବୁଢୀ

ଯେବେ ଲୋଡାହେବ ହାତକୁ ବାଡି

ହାତ ତାଙ୍କ ଥାପି ଦେବା ଆଗ୍ରହେ

ଯଦି କେବେ ଯାଉଥାଆନ୍ତି ପଡି।

ଆଜି ଯାଏ ଯାହା ସେ ଦେଇଛନ୍ତି

ଈଶ୍ବରଙ୍କ ତୁଳନାରେ କମ୍ ନୁହଁନ୍ତି।

ନିଜ ଭାଗର ସୁଖ ପରିତ୍ୟେଜି

ଆମ ପାଇଁ ସର୍ବଦା ରହିଛନ୍ତି ବିଜି ।

ଆଜି ଆମର କରିବାର ପାଳି

ସହିବା କିଛି ତାଙ୍କ ଅଳି ଅର୍ଦଳି

ବୁଢା ବୁଢୀ ପୁଅଝିଅଟେ ଭାବି

ବାଣ୍ଟି ନେବା ଭାଇ ଭଉଣୀମିଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational