ପିତାଦେବ
ପିତାଦେବ
କେବେ ଗୁରୁ ପଦବାଚ୍ୟ କେବେ ଈଶ୍ବରଙ୍କ ରୂପ
କଠୋର ଶାସନର ପ୍ରଶାସକ କେବେ ସେ ସାଜନ୍ତି,
ମାତା ମଧୁର ପିତା ଅନେକଙ୍କ ପାଇଁ ପିତା ଲାଗନ୍ତି
ପିତା ଦେହକୁ ହିତ ପିତାପରି ଜିହ୍ବାକୁ ପିତା ଲାଗନ୍ତି,
ପିତା ମଧ୍ଯ ସ୍ନେହଶ୍ରଦ୍ଧାର ବନସ୍ତଟିଏ କିନ୍ତୁ ଗୁପ୍ତରେ
ସେ ମୁଣ୍ଡ ଆଉଁସନ୍ତି ହାତେ ପିଲାମାନେ ନିଦ୍ରାପରେ,
ପିତା ସ୍ୱୟଂ ଜଣେ ବିରାଟ ପରବତ ପରି ସୁରକ୍ଷା
ଅନେକ ମହାବାତ୍ୟାରୁ କରନ୍ତି ସେ ଆମର ରକ୍ଷା,
ତାଙ୍କ କ୍ରୋଧ ରୁକ୍ଷତା ବି ଜରୁରୀ ପରିବାର ପାଇଁ
ମା'ର ମମତାରେ ଦୁନିଆର ନିଆଁ ତରଳେ ନାହିଁ,
ବାପାଙ୍କ ଶକ୍ତ କଥା ଶବ୍ଦେ ବାଘ ବି କରିବ ଭୟ
ତାଙ୍କପାଇଁ ତ ଆମେ ସବୁ ବାଟ ଚାଲିପାରୁ ନିର୍ଭୟ,
ତାଙ୍କ ମନଟା ନୁହେ କେବେ ବି ନିର୍ଦୟ ଅବିବେକୀ
ସ୍ପଷ୍ଟ ମନେ ମଣିଷ ପଣିଆ ନିଜ ଭିତରେ ସେ ଏକାକୀ,
ଗଣମାଧ୍ୟମ ବା କାଗଜରେ ତ୍ୟାଗ ଛପେନି ତାଙ୍କର
ସେ ନିଜେ ହିଁ ଖବରଟିଏ ଦୁଃଖକୁ ଦେଇପାରନ୍ତି କବର।