STORYMIRROR

Amita Dash

Tragedy Inspirational Children

3  

Amita Dash

Tragedy Inspirational Children

ପଇସା

ପଇସା

1 min
184

କେତେ ସାହୁକାର କେତେ ଚାଟୁକାର

ଆସିଲେଣି ଗଲେଣି।

ଟଙ୍କା ଭର୍ତ୍ତି ସିନ୍ଦୂକ ପଡ଼ି ରହିଛି।

ସିନ୍ଦୂକର ରୂପରେଖ ଯାହା ବଦଳି ଯାଇଚି।

ଭଲରେ ଗଣ୍ଡେ ଖାଇ ଦୁଇ ଖଣ୍ଡି ହେଉ ପଛେ ପିନ୍ଧି

ସରଳ ଜୀବନ ଯାପନ ପାଇଁ ମନରେ ଦୁଃଖ କାହିଁ ପାଇଁ?

ଟଙ୍କାରେ ସିନ୍ଦୂକ ଭର୍ତ୍ତି ଦରକାର ନାହିଁ।

ସ୍ନେହ,କରୁଣା,ଭକ୍ତି,ପ୍ରେମର ଗହଣା ରଖିବା ସାଇତି।

ବେଶୀ ଭଲ ଖାଇବା,ଭଲରେ ଚଳିବା, ବିଦେଶ ଯିବା

ସିଏ ଗଲା , ମୁଁ ଯିବି

ଏ ଅନୁକରଣ ପହଞ୍ଚାଇବ ଲୋଭର ନଈ।

ପଇସା ନୁହେଁ ସେ ମାୟା ମୋହିନୀ।

ଜଣକୁ ବୁଡାଇ ଦେଖଉଚି ସତର୍କ ଘଣ୍ଟି।

ନିଜ ନିଜ ଯାଗାରେ ଯାଅ ଫେରି।

ବଞ୍ଚି ରହୁ ନିଜ ସଂସ୍କୃତି।

ମନେପଡୁ ନିଜ ଭିଟାମାଟି।

ନିଜ ବିଲରେ ନିଜେ ଖଟି

ଗର୍ବରେ କୁହ ଶସ୍ୟ ଶ୍ୟାମଳା ମୋ ଜନମ ଭୂମି

କୋଉ ଗୁଣରେ କାହାଠୁ ଊଣା ନୁହେଁ ଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy