ପିଲା ଦିନର ଅନୁଭୂତି
ପିଲା ଦିନର ଅନୁଭୂତି
ଆଜି କାହିଁ ମନେ ପଡୁଅଛି ଭାରି
ମୋର ସେ ପୁରୁଣା ଦିନ
ବୋହୁଚୋରି ଖେଳ ସାଙ୍ଗ ସାଥୀମେଳ
ସେ ସୁନ୍ଦର ପିଲା ଦିନ ।
ସଞ୍ଜ ନଇଁ ଗଲେ ଆକାଶରେ ଯେବେ
ଜହ୍ନ ,ତାରା ଉଇଁ ଆସେ
ଗାଁ ମନ୍ଦିରରୁ ଖଞ୍ଜଣି ଶବଦ
ପବନରେ ଭାସିଆସେ ।
ଭାଇ ଓ ଭଉଣୀ ପଢୁଥିଲୁ ବସି
ଲଣ୍ଠନ ଆଲୁଅ ଜାଳି
ପୁଣି ମନେ ପଡ଼େ ମୋ ମାଆ ର ସେହି
ମଧୁଝରା ମିଠା ଗାଳି ।
ଲଣ୍ଠନର ସେଇ ଫଟାକାଚ ଥିଲା
ଆମପାଇଁ ଶେଷ ଆଶା
ନଥିଲା ବିଜୁଳି ମନେ କିନ୍ତୁ ଥିଲା
ପାଠ ପଢ଼ିବାର ନିଶା ।
ଭାରି ଭଲ ଥିଲା ସେ ପିଲା ବୟସ
ଆସନ୍ତା କି ଥରେ ଫେରି
ବାପାଙ୍କ ଆକଟ ମାଆ ର ସେନେହ
ମନେ ପଡ଼େ ଆଜି ଭାରି ।
ଭାଇ ସାଥେ କଳି, ମାଆ କୋଳେ ଅଳି
କେତେ ମାନ ଅଭିମାନ
ଭାରି ମନେପଡ଼େ ଆଜି ନିରୋଳାରେ
ଅଭୁଲା ସେ ପିଲାଦିନ ।