STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପଇଡ଼ ଭିତରେ ପାଣି

ପଇଡ଼ ଭିତରେ ପାଣି

1 min
233


ପଇଡ଼ ଭିତରେ ପାଣି ରହିଅଛି

      ଉପର ଦିଶେ କଠିନ

ପାଣି ଶୁଖିଗଲେ ଶ୍ରୀଫଳ ହୁଅଇ

       ସୃଷ୍ଟି କର ଅନୁମାନ।

ବାଇଚଢ଼େଇର ବସା ଦୋହଲୁଛି

       କି ସୁନ୍ଦର ତାର ନୀଡ଼

  ଯେତେ ବହୁ ବାଆ ଅକ୍ଷତ ରହଇ 

       ସହିପାରେ ସବୁ ଭିଡ଼।

ସଂବାଳୁଆ ଦିନେ ନିଜ କୋଷେ ରହି

        ପ୍ରଜାପତି ବନି ଯାଏ

କିସମ କିସମ ରଙ୍ଗ ବେରଙ୍ଗର

        ଡେଣା ମେଲି ଉଡୁଥାଏ।

ପକ୍ଷକ ବଢ଼ଇ ପକ୍ଷକ ଛିଡଇ

       ଜହ୍ନମାମୁଁ ଆକାଶରେ

ପୂର୍ଣ୍ଣିମାର ଚାନ୍ଦ ସରସତା ଆଣେ

        ଜୁଆର ଯେ ପାରାବାରେ।

ନିରେଖି ଦେଖିଲେ ବିଧାତାଙ୍କ ପାଖେ

        ମଥା ହୁଏ ସଦା ନତ

ତାଙ୍କରି ସୃଷ୍ଟିରେ ସବୁତ ଅନନ୍ୟ

       ଆଉ ଯେତେ ପରାହତ।



Rate this content
Log in

Similar oriya poem from Action