Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ଫୁଲର ନିଆଁରେ ଜଳେଇ ଦେବାକୁ ତୁମେ ତ ଆସିଛ ସତେ

ଫୁଲର ନିଆଁରେ ଜଳେଇ ଦେବାକୁ ତୁମେ ତ ଆସିଛ ସତେ

1 min
2



ଫୁଲର ନିଆଁରେ ଜଳାଇ ଦେବାକୁ

ତୁମେ ତ ଆସିଛ ସତେ

ମଳୟ ଧୂଆଁରେ ନିରୀହ ଆଖିରୁ 

ଲୁହକୁ ନିଗାଡ଼ି କେତେ

...........ଫୁଲର ନିଆଁରେ ଜଳାଇ ଦେବାକୁ

         ତୁମେ ତ ଆସିଛ ସତେ ! ୦ !


ନିଗିଡ଼ା ଲୁହରୁ ମୋହର ଆଞ୍ଜୁଳା

ଧରାଇ ଦେଇଛ ବୋଧେ

ଦାହର ଜୂଇରେ ଜଳିବା ବହୁତ

ନିଜକୁ ମନରେ ସାଧେ,

ଶବର ଆତ୍ମାକୁ କେମିତି ଚିହ୍ନିଲ

ଭାବୁଚି ଉଆଁସୀ ରାତେ

...........ଫୁଲର ନିଆଁରେ ଜଳାଇ ଦେବାକୁ

         ତୁମେ ତ ଆସିଛ ସତେ ! ୧ !


ହସର ଜହର ଚଖେଇ ଦେଇଛ

ଗରମ ବଜେଇ ଓଠେ

ନରମ ଆଉ ମୁଁ ସରମ ଛାଡ଼ିଚି

ଦେହର ପଖଳା ତୁଠେ,

ପ୍ରେମକୁ ଲଗେଇ ଅସରା କାହାଣୀ

ବୁଲେଇ ନେଇଛ ମୋତେ

...........ଫୁଲର ନିଆଁରେ ଜଳାଇ ଦେବାକୁ

         ତୁମେ ତ ଆସିଛ ସତେ ! ୨ !


*******************************

★ତା.୧୩-୮-୨୦୨୦, ଦିବା-୨ଘ.୧୧ମି.★

*******************************


Rate this content
Log in

Similar oriya poem from Romance