STORYMIRROR

Satyanarayan Sahoo

Abstract Others

4  

Satyanarayan Sahoo

Abstract Others

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

1 min
358


ଆସି ଅଛି ଏହି ଫୁଲେଇ ଫଗୁଣ

ଆହା କି ଦିବ୍ୟ ଆନନ୍ଦ

ଦକ୍ଷିଣ ଦିଗରୁ ମଳୟ ପବନ

ବହୁ ଅଛି ମନ୍ଦ ମନ୍ଦ ।

ଫୁଲ ଫଳ ଭ।ରେ ଭରା ତରୁ ଲତା

ତୃଣ ଗୁଳ୍ମ ଆଚ୍ଛାଦିତ

ହୋଇ ଉଠେ ଉର୍ଵୀ ଆହା କି ସୁରଭି

ଫୁଲ ଫଳ ରୁ ନିସୃତ ।

ଦେଖ ଏ ମ।କନ୍ଦ ମୁକୁଳ ସୁଗନ୍ଧ

ଚହଟିଣ ଘନ ଘନ

ବନଭୂମି ଲାଗେ ଅତି ମନୋହର

ମନ ପ୍ରାଣ ଆକର୍ଷଣ ।

କୁଇଲି ର ମଧୁ କୁହୁ କୁହୂ ରଵ

ଭରି ଦିଏ ଉନ୍ମାଦନା

ଗୁଣୁ ଗୁଣୁ ଗାଇ ମହୁ ମାଛି ମାନେ

ଦିଅନ୍ତି ଦିବ୍ୟ ଭାବନା ।

ଧୀର ସମୀରଣ ମୃଦୁଳ ଦୋଳନ

ଲୀଳା ନୃତ୍ୟ କି ଲଳିତ

ସୁଲୁ ସୁଲୁ ତାଳେ ସୁସଂଗୀତ ତୋଳେ

ଫୁଲେଇ ଫଗୁଣ ନିତ୍ୟ ।

ନାନା ବର୍ଣ୍ଣ ବିଭା ସୁବିପୁଳ ଶୋଭା

ପରିପୂର୍ଣ୍ଣ ସବୁ ସ୍ଥଳୀ

ଦର୍ଶନେ ତୃପ୍ତି ରେ ସଭିଙ୍କ ର ଚିତ୍ତ

ବୃତ୍ତି ଉଠଇ କୁରୁଳୀ ।

ଆବେଗ ଆହ୍ୱାନ ଉତ୍କଣ୍ଠା ଯୋଗାଏ

ସ୍ଫୁର୍ତ୍ତି ର ସ୍ପନ୍ଦନ ଖେଳେ

 ପୁଲକ ପ୍ଲାବନ ଲହରୀ ପ୍ରବାହ

ପ୍ରତି ଅନ୍ତରେ ଉଛୁଳେ ।

ଆସୁଅଛି ଦୋଳ ପୂର୍ଣ୍ଣିମା ରେ ଖେଳ

ଖେଳିବେ ଅମୋଦେ ହୋଲି

ଫଗୁ ରଙ୍ଗ ବୋଳା ଅବିର ର ଖେଳା

ଫୁଲେଇ ଫଗୁଣ ଧରି ।

ପଞ୍ଚ ଦୋଳ ଶେଷ ଚାଚେରୀ ଲୀଳା ରେ

ଦୋଳ ଉତ୍ସବ ରେ ଭକ୍ତେ

ଆହା କି ଆନନ୍ଦ ଉଲ୍ଲାସ ମଧ୍ୟରେ ସଭିଏଁ 

ଉନ୍ମତ୍ତ ଥାଆନ୍ତି ସତେ ।



Rate this content
Log in

Similar oriya poem from Abstract