STORYMIRROR

Koushik Lenka

Tragedy Classics

4  

Koushik Lenka

Tragedy Classics

ଫର୍ଦ୍ଦେ କଥା

ଫର୍ଦ୍ଦେ କଥା

1 min
154


ଏ ଜୀବନ ର "ନାଁ" କ'ଣ

ମୋ ମେଟ୍ରିକ ସାର୍ଟିଫିକେଟ!

ର ଲେଖା ଥିବା "ନାଁ" ଭଳି

ନା; ମୋ ମେଟ୍ରୋ ର ଟିକେଟ ଭଳି।


ତା'ର ବି କ'ଣ ଅଛନ୍ତି

ବାପା ଆଉ ମା,

ସିଏ ବି କ'ଣ ରାତି ପାହିଲେ

ଖୋଜେ ପରିବାର ର ପ୍ରିତୀ;

ଆଉ ଡେଇଁ ଯାଏ

ଆକଟ ର ଲକ୍ଷ୍ମଣରେଖା।


ବୋଧହୁଏ! ଏମିତି ବି

ହେଇଥିବ ତା'କୁ ବି କିଏ

ହାତ ଧରି ଗାଁ ଦାଣ୍ଡ ରୁ,

କିଛି ଗୋଟେ ବାହାନା ର 

ବେସୁରା ସୁର ଶୁଣେଇ; ନେଇ

ଚଢ଼େଇ ଦେଇଥିବ ବସ୍ତାନି ର ପାଚେରି।


ହାଏ!

ସିଏ କି ଉତ୍ତର ଦେଇଥିବ

ଯେବେ ତା'କୁ ପଚରା ଯାଇଥିବ

ବାବୁରେ! କିଏ ତୋର ପ୍ରିୟ?

କିଏ ତୋତେ ବେଶି ଭଲ ପାଏ

ବାପା ନା ମା'

ପାରିନଥିବ ଆଉ ହସି ହସି

କହିଦେଇଥିବ;

ମୋତେ ତ ସମସ୍ତେ ଭଲ ପାଆନ୍ତି।


ହାରିବା ପରେ,

ଜିତିବା ର ବାଟ ଖୋଜେ ଜୀବନ,

ତେବେ ଜୀବନ ଜିତିଗଲା ପରେ

କ'ଣ ଚୁପ୍ ବସିଯାଏ?

ତାହାଲେ,

ସେ ଆଣ୍ଟିବାୟୋଟିକ ଭଳି ସ୍ୱପ୍ନ

ସବୁ ଦେଖିଲା ପରେ ତା' ଯନ୍ତ୍ରଣା ର

ଖଜଣା ମାଗିବାକୁ ତମେ କାହିଁକି ଆସ?


ଫର୍ଦ୍ଦ ଫର୍ଦ୍ଦ କରି

ସବୁ ଚିରିଦେଲି

କିଛି ଉଡ଼ିଗଲେ ଆଉ କିଛି

ସେଇଠି ପଡ଼ି ରହିଲେ

ହେଲେ ସେ ପାପୁଲିଏ ସୂତା ଖଣ୍ଡେ

ଆଜିବି ଗୋଟେ ସୂଚ୍ୟଗ୍ର କୁ ଆଶାବାଡ଼ି

ଭାବି ନେଇ ଆଶାବାଦୀ ହେଇ ଶୋଇ ପଡ଼ିଛି।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy