Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Inspirational Children

4  

Satyanarayan Sahoo

Abstract Inspirational Children

ଫର ଫର ଉଡେତ୍ରିରଙ୍ଗା

ଫର ଫର ଉଡେତ୍ରିରଙ୍ଗା

1 min
260



ଫର ଫର ହୋଇ ତ୍ରିରଙ୍ଗା ଉଡେ

ଶହୀଦ ସ୍ମୃତି ର ପ୍ରଣତି ବlଢ଼େ ।

ଆମରି ଜାତୀୟ ଗୌରବ ନେତ

ତ୍ରିରଙ୍ଗା ଦର୍ଶାଏ ଜାତି ଅତୀତ ।

ସ୍ୱାଧୀନତା ଦିବସ ରେ ଉଡ଼ାଉ

ଜାତୀୟ ବୀରତ୍ଵ ଗାରିମା ଗାଉ ।

କେତେ ଦୁଃଖ କ୍ଳେଶ ଶେଷ ରେ ଆମ

ଏ ଭାରତ ଦେଶ ହେଲା ସ୍ଵାଧୀନ ।

ଲକ୍ଷ ଲକ୍ଷ ଲୋକ କାରାବରଣ

ଜୁଲମ ଓ ଲାଠି ମାଡ଼ ତାଡନ ।

ସାଙ୍ଗ କୁ ପୋଲିସ ଗୁଳିରେ ମୃତ

ଦେଶ ପ୍ରେମୀ ବୀର ଗତି ବହୁତ ।

ଲଭି କି ଶହୀଦ ହେବା ର ପରେ

ସ୍ୱାଧୀନତା ଲାଭ ଆମେ କରିଲେ ।

ଜୟୀ , ବକ୍ସି ଫାଶୀ ଖୁଣ୍ଟେ ଝୁଲିଲେ

ସଂଗ୍ରାମ ରେ କେତେ ପାଇକ ମଲେ ।

ସିପାହୀ ବିଦ୍ରୋହେ କେତେ ସିପାହୀ

ଗଲେ ନିଜ ପ୍ରାଣ କୁ ବଳି ଦେଇ ।

ମଙ୍ଗଳ ପାଣ୍ଡେ , ଚନ୍ଦନ ହଜୁରୀ

ଚାଖି ଖୁଣ୍ଟିଆ , ରାଣୀ ଲକ୍ଷ୍ମୀ ବାଇ ।

ସହିତେ ସେ କେତେ କେତେ ବିଦ୍ରୋହୀ

ଦେଶ ହିତେ ଗଲେ ସହୀଦ ହୋଇ ।

ଗାନ୍ଧୀ ଙ୍କ ଅହିଂସା ସତ୍ୟାଗ୍ରହ ରେ

ନିର୍ମମ ଦମନ ଲୀଳା କବଳେ ।

ହତ ହେଲେ ବହୁ ନୀରିହ ଜନ

ଶହୀଦ ହୋଇଲେ ଅଜସ୍ର ପୁଣ ।

କାରାଦଣ୍ଡ ଆଉ ଲାଠି ତାଡନ

ଖଣ୍ଡିଆ ଖାବରା ଲହୁ ଲୁହାଣ ।

ଜଳିଆନା ବାଲା ବାଗ ରେ ପୁଣି

ଇଂରେଜ ସର୍କlର ଚଳାଇ ଗୁଳି ।

ସହସ୍ର ସହସ୍ର ନୀରିହ ଲୋକ

ଶହୀଦ ହୋଇଲେ କି ଭୟାନକ ।

ବହୁ ଜନତା ଙ୍କ ତ୍ୟାଗ କଷଣ

ପରିଶେଶେ ଦେଶ ହେଲା ସ୍ଵାଧୀନ ।

ଦେଶ ଦଶ ହିତେ ଦେଇ ପରାଣ

ଶହୀଦ ହୋଇଲେ ଅଶେଷ ଜନ ।

ତାଙ୍କ ପୂତ ତ୍ୟାଗେ ହେଲୁ ସ୍ଵାଧୀନ

ଉଡାଇଲୁ ଆମ ଜୈତ୍ର କେତନ ।

ଫର ଫର ହୋଇ ତ୍ରିରଙ୍ଗା ଉଡେ

ଶହୀଦ ସ୍ମୃତି ର ପ୍ରଣତି ବାଢେ ।


Rate this content
Log in

Similar oriya poem from Abstract