ଫଳର ରାଜା
ଫଳର ରାଜା
ପ୍ରକୃତି କୋଳରେ ରସ ଭଣ୍ଡାର
କଷା,ପିିିତା,ରାଗ,ଖଟା, ମିଠାର ।
ରସିକ ନାଗର ରସ ପ୍ରବୀର
ଭିଆଇଲେ ଜୀବ ନାନା ପ୍ରକାର ।
ଏକ କୋଷି କୀଟ ସୂକ୍ଷ୍ମ ଜୀବର
ବହୁ କୋଷି ଜୀବ ମସ୍ତ ହସ୍ତୀର ।
ତା ମଧ୍ଯେ ମଣିଷ ଶ୍ରେଷ୍ଠ ବୋଲାଇ
ମନ, ବିବେକ ଓ ବୁଦ୍ଧିକୁ ନେଇ ।
ମନରେ ଭରିଲେ ପ୍ରେମ ରସର
ପ୍ରକୃତିର ପ୍ରେମ ଦେଇ ଠାକୁର ।
ବୃକ୍ଷ ଲତା ଫଳ ପୁଷ୍ପ ଭଣ୍ଡାର
ମାନବର ମନେ ଭାବ ପ୍ରେମର ।
ମନରେ ଭିଜାଇ ନାନା ରସର
କର୍ମ, କାମ, ପ୍ରେମ, ଶ୍ରଦ୍ଧା, ଭକ୍ତିର ।
ଇନ୍ଦ୍ରିୟ ମଧ୍ୟରେ ରସନା ସାର
ଖାଦ୍ୟ ରସ ଦେଲେ ନାନା ପ୍ରକାର ।
ସେ ରସେ ଶରୀର ଗଢେ ଜୀବର
ପଞ୍ଚଭୂତେ ସୃୃଷ୍ଟି କଲେ ଜୀବର ।
ଖଟା ମିିଠା ଆମ୍ବ କେତେ ପ୍ରକାର
ସୃଷ୍ଟି କଲେ ପ୍ରଭୁ ଭରି ରସର ।
ଫଳ ମଧ୍ୟେ ଆମ୍ବ ରଜା ବୋଲାଇ
ଆମ୍ବର ବୃକ୍ଷରେ ଦୋଳି ଖେଳଇ ।
କଞ୍ଚା ଓ ପାଚିିଲା ଆମ୍ବରେ ଭରା
କଞ୍ଚା ଆମ୍ବେ ଆଚାରର ପସରା ।
ପାଚିଲା ଆମ୍ବର ଖଟା ମିଠାର
କେତେ ନାମେ ସେ ଖ୍ଯାତ ଆମ୍ବର ।
କଲମୀ, ପଲାଇ, ଚୌସା, ଦଶରା
ଆଲଫନସୋ ଓ ହିମ ସାଗରା ।
ବାଦାମୀ, ସଫେଡା, କିଲିି ଚନ୍ଦନ
ଲକ୍ଷ୍ମଣ ଭୋଗରେ ମୋହଇ ମନ ।
ତୋଟାପୁରୀ, ରସପୁରୀ, ନିଲମ
ରୁମାନି, ପାଇରି, ମଲିକା ନାମ ।
କେଶର, ଲଙ୍ଗରା, ଅମରାପଲି
ଗୁଲାବ ଖାସ ଆମ୍ବ ଫଜିଲି ।
କେତେ ନାମେ ଖ୍ଯାତ ଆମ୍ବ ସମ୍ରାଟ
କେତେ ସ୍ବାଦେ ଭରେ ଜୀବ ଜଗତ ।
ଆମ୍ବର ପ୍ରଶଂସା ଯେତେ ବି କଲେ
ନ ସରେ ନ ପୁରେ ମନଟା ଭଲେ ।
ରସିକ ନାଗର ରସ ପ୍ରବୀର
ଧନ୍ଯ ମାୟାଧର ଲୀଳା ତୋହର ।
ଜୟ ଜୟ କରିି ଆମ୍ବର ନାମେ
ଫଳ ସମ୍ରାଟକୁ ସଲାମ ଦେବେ ।
ନୂଆ ଆମ୍ବ ବୃକ୍ଷ ଦେବେ ଲଗାଇ
ତାର ସାମ୍ରାଜ୍ୟକୁ ଦେବେ ବଢାଇ।
କୃତଜ୍ଞତା ଭାବ ଈଶ୍ବର ନେବେ
ମାନବ ଜାତିକୁ ଦୟା ବର୍ଷିବେ ।
