STORYMIRROR

Satyanarayan Sahoo

Children

3  

Satyanarayan Sahoo

Children

ଫକୀର ମୋହନ ସେନାପତି

ଫକୀର ମୋହନ ସେନାପତି

2 mins
203

ସଂସ୍କୃତ ପୁରାଣ ଗ୍ରନ୍ଥ ଅନୁବାଦ କରି

ଓଡ଼ିଆ ଜନ ଜୀବନେ ପବିତ୍ର ଲହରୀ ।


ଆଧ୍ୟାତ୍ମକ ସ୍ପନ୍ଦନରେ ଭରି ଦେଲ ଜନେ

ବ୍ୟାସ କବି ଭାବେ ପରିଚିତ ହେଲ ତୁମେ ।


ରାମାୟଣ ଓ ଭାରତ ଗୀତା ଭାଗବତ

ଆଦି ସହ ବହୁ ପୁରାଣର ଅନୁଦିତ ।


କଲ ସାବଲୀଳ ଭାବଗର୍ଭକ ଭାଷାରେ

ପ୍ରିୟ କବି ଭାବେ ଜନତାଙ୍କ ଜୀବନରେ ।


ରଚିଲ ଯେ ପୁଣି କେତେ ଗଳ୍ପ ଉପନ୍ୟାସ

ଉତ୍କଳୀୟ ଜୀବନ ଓ ମାଟି ପରିବେଶ ।


ସଂଘଟିତ ଅପରାଧ ଭାବ ଧାରା ଧରି

ଫୁଟାଇଛ ସବୁଥିରେ ସୁ -ଶିଳ୍ପ ଚାତୁରୀ ।


ଉତ୍କଳୀୟ ଗଳ୍ପ ସାହିତ୍ୟ ଜନକ ଭାବେ

ସର୍ଜିଲ ପ୍ରଥମ ଗଳ୍ପ ସନ୍ତାନ ଯେ ତୁମ୍ଭେ ।


କୋଡିଏ ଟି ଗଳ୍ପ ଆଉ ଚାରି ଉପନ୍ୟାସ

ଲେଖି ଓଡିଆ ସାହିତ୍ୟେ ଅରଜିଲ ଯଶ ।


"ଛଅ ମାଣ ଆଠଗୁଣ୍ଠ" "ମାମୁଁ" ଓ " ଲଛମା "

"ପ୍ରାୟଶ୍ଚିତ"ରେ କାହାଣୀ ସୃଷ୍ଟି ମନୋରମା ।


 କ୍ଷୁଦ୍ରଗଳ୍ପ ସଂକଳନ ଗଳ୍ପ ସ୍ୱଳ୍ପ ନାମେ

ରହିଛି ଯହିଁରେ ଗଳ୍ପ ଅନିନ୍ଦ୍ୟ ସୁଷମେ ।


ଜବନିକ ଶବ୍ଦାବଳୀ ବହୁଳ ପ୍ରୟୋଗେ

ହାସ୍ୟ ବ୍ୟଙ୍ଗ ବିଦ୍ରୁପର ନିପୁଣ ପାଟବେ ।


ସଜାଇଛ ଯେ ସେ ସବୁ କମ ଚମତ୍କାର

ଅନୁଦିତ ହୋଇ ଆଜି ବିଶ୍ୱେ ସୁପ୍ରସାର ।


ଲଭୁଚି ସବୁଠି ନିତି ଅପାର ଆଦର 

ଉତ୍କଳ ଭ୍ରମଣ କାବ୍ୟ ରଚନା ରୁଚିର ।


ଅବସର ବସରେରେ ଅବସର ପରେ

ରଚିତ କବିତାବଳୀ ଶିକ୍ଷଣ ସମ୍ଭାରେ ।


ଭରି ଵିରଚିଛ କମ କୌଶଳ ସୁଚାରୁ

 ଅଳଙ୍କାର ପାଟବତା ଝଟକ ଯହିଁରୁ ।


ବିଭାସଇ କମନୀୟ ଅପରୂପ ଦୀପ୍ତି

" ବୌଦ୍ଧାବତର"ରେ ପୁଣି ଯେ ଅନନ୍ୟ ସୃଷ୍ଟି ।


ସାହିତ୍ୟ ଜଗତେ ଚିର ପ୍ରସିଦ୍ଧି ଅର୍ଜନ

କରିଥିବା କାବ୍ୟ ଭାବେ ଅଟେ ଅତୁଳନ ।


"ଜୀବନ ଚରିତ" ଗ୍ରନ୍ଥ ଜୀବନ କାହାଣୀ

ଅନୁଭୁତି ରାଶି ଯହିଁ ସରସେ ରସାଣି ।


ବାଲେଶ୍ଵର ଠାରେ ଛପାଖାନା ବସାଇଲ

"ବୋଧଦାୟିନୀ" ପତ୍ରିକା ସମ୍ପାଦନା କଲ। 


ପୁଷ୍ପମାଳା  ଉପହାର ପୂଜାଫୁଲ ଧୂଳି

କ୍ଷୁଦ୍ର କବିତାର ଗ୍ରନ୍ଥ ଅଟଇ ତୁମରି। 


ଭାଷାର ଦୁର୍ଦ୍ଦିନେ ଭାଷା ଅନ୍ଦୋଳନେ ରତ

ରହି ନାନା ଯୁକ୍ତି ତଥ୍ୟକୁ ଉପସ୍ଥାପିତ ।


କରି ଲୁପ୍ତ ପ୍ରାୟ ଭାଷା ସାହିତ୍ୟର ପାଇଁ

ଯାଇଅଛ ତୁମେ ଯେ ଅନେକ କାର୍ଯ୍ୟ ସାଧି ।


ଓଡ଼ିଆ ଭାଷା ସଙ୍କଟ ବେଳେ ପୁଣି କେତେ

କାର୍ଯ୍ୟ ସାଧି ଓଡ଼ିଆତ୍ଵ ଜାଗ୍ରତ ନିମନ୍ତେ ।


ଲୋକଙ୍କୁ ବୁଝାଇ ଭାଷା ସାହିତ୍ୟ ସଂସ୍କୃତି

ସଂରକ୍ଷଣ ପ୍ରତି ଅନୁରାଗ ଓ ଜାଗୃତି ।


ପ୍ରତି ଓଡ଼ିଆ ପରାଣେ ପ୍ରୀତିର ଅନନ୍ୟ

ପ୍ଲାବନ ଖେଳାଇ ବଢ଼ାଇଲ ଆକର୍ଷଣ । 


ସାହିତ୍ୟ ସଂସ୍କୃତି ପାଇଁ ସଂଗ୍ରାମରେ ନିତି

ରତ ଥାଇ ସାହିତ୍ୟ ସଂଗ୍ରାମେ ସେନାପତି ।


ଭାବେ ଜୀବନ ରେ କେତେ ସତ୍କାର୍ଯ୍ୟ ସାଧନ

କରୁଥିଲେ ଜାତି ହିତେ ଫକୀର ମୋହନ ।


ଜାନୁଆରୀ ମାସ ତେର ଅଠରଶ ସାଲ

ତେୟାଳିଶି ମସିହାରେ ତୁମେ ଜନମିଲ ।


ବାଲେଶ୍ୱର ଜିଲ୍ଲାର ସେ ମାଳିକାଂଶପୁରେ

ପିତା ଲକ୍ଷ୍ମଣ ଓ ମାତା ତୁଳସୀଙ୍କ କୋଳେ ।


ଆବାଲ୍ୟରୁ ପିତୃ ମାତୃ ହରା ହୋଇଥିଲ

ଜେଜେମା କୁଚିଳାଙ୍କର ପାଳନେ ବଢ଼ିଲ ।


ଚଉଦ ତାରିଖ ଜୁନ ରଜ ସଂକ୍ରାନ୍ତିରେ

ଉନାଇଶ ଶହ ଅଠର ମସିହା କାଳରେ


ପଞ୍ଚୋସ୍ତରୀ ବର୍ଷ ବୟସରେ ପରଲୋକ

ଚଳି ଗଲ ଜାଳି ଶିକ୍ଷା ଜଗୃତି ଆଲୋକ ।


ସଂସ୍କାରକ ସମ୍ପାଦକ ସୁଲେଖକ ଭାବେ

ବଙ୍ଗ ଭାଷାର ପ୍ରାଧାନ୍ୟ ବିନାଶିଲ ଦମ୍ଭେ। 


ଘେନ ପୂତ ନମସ୍କାର ଶ୍ରଦ୍ଧା ଭକ୍ତି ଭାର

ଅର୍ପଣ କରଇ ଆହେ ଶିଳ୍ପୀ ମୋ ଅନ୍ତର ।



Rate this content
Log in

Similar oriya poem from Children